www.samajalive.in
Saturday, December 13, 2025
26.1 C
Bhubaneswar

ମାତ୍ର ୩ ଜଣ ୧୧ ଟଙ୍କାରେ କିଣିପାରିଲେ ଆଇଫୋନ୍, ଫ୍ଲିପକାର୍ଟ କହିଲା ଏମିତି..

ନୂଆଦିଲ୍ଲୀ : ଫ୍ଲିପକାର୍ଟକୁ ନିଜ ପ୍ରମୋଶନାଲ୍ ଡିଲ ଯୋଗୁଁ ଉପଭୋକ୍ତାଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି, ଯେଉଁଥିରେ ଆଇଫୋନ୍ ୧୩କୁ ମାତ୍ର ୧୧ ଟଙ୍କାରେ ବିକ୍ରି କରାଯାଉଥିଲା । ଆଗାମୀ ବିଗ୍ ବିଲିୟନ୍ ଡେଜ୍ ସେଲର ଅଂଶ ରୂପେ ଫ୍ଲିପକାର୍ଟ ନିଜ ‘ଫାଷ୍ଟେଷ୍ଟ୍ ଫିଙ୍ଗର୍ସ ଫର୍ଷ୍ଟ’ ଅଫର ଅନୁସାରେ ରାତି ୧୧ ଟାରେ ଆଇଫୋନ୍ ୧୩କୁ ୧୧ ଟଙ୍କାରେ ଅଣାଯାଇଥିଲା । ତେବେ ଏହା ଉପଭୋକ୍ତାଙ୍କୁ ନିରାଶ କରିଛି । କିଛି ଅଭିଯୋଗ ଆଣିଛନ୍ତି କି ଏହା ମାତ୍ର କିଛି ସେକେଣ୍ଡରେ ଆଉଟ୍ ଅଫ୍ ଷ୍ଟକ୍ ହୋଇଯାଇଛି, ଏବଂ ଆଉ କିଛି ଲୋକେ କହୁଛନ୍ତି କି ପ୍ରଡକ୍ଟ ବିକ୍ରି କରାଯାଇଛି । ତେବେ କିଛି ଉପଭୋକ୍ତା ଏହାକୁ କିଣିବାରେ ସଫଳ ହୋଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । କିନ୍ତୁ ପରେ ଫ୍ଲିପକାର୍ଟ ଦ୍ବାରା ତାଙ୍କ ଅର୍ଡରକୁ ରଦ୍ଦ କରିଦିଆଯାଇଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଏପରିକି ସାମାଜିକ ଗଣମାଧ୍ୟମରେ ଫ୍ଲିପକାର୍ଟ ଲୋକଙ୍କୁ ଭକୁଆ ବନାଉଛି ବୋଲି ପୋଷ୍ଟ ହେବା ସହ ଧୋକା, ଠକେଇ, ଘୋଟାଲା ଭଳି ଶବ୍ଦ ବ୍ୟବହାର ହେଉଛି ।

- Advertisement -

 

ଅନ୍ୟପଟେ ଫ୍ଲିପକାର୍ଟ ପକ୍ଷରୁ ଏହାର ଜବାବ ଦିଆଯାଇଛି । କମ୍ପାନୀ ସ୍ପଷ୍ଟ କରିଛି କି ୩ ଜଣ ଏହାର ଫାଇଦା ଉଠାଇଛନ୍ତି । ଅନ୍ୟମାନେ ନିରାଶ ହେବା ଉଚିତ୍ ନୁହେଁ । ସମସ୍ତଙ୍କୁ ଏହାର ଫାଇଦା ମିଳିବ । ଖୁବ୍ ଶୀଘ୍ର ବିଗ୍ ବିଲିୟନ୍ ଡେଜ୍ ସମୟରେ ପ୍ରତିଦିନ ରାତି ୯ଟାରୁ ୧୧ଟା ମଧ୍ୟରେ ଉପଭୋକ୍ତା ଏହି ସୁବିଧାର ଫାଇଦା ପାଇପାରିବେ ବୋଲି ଫ୍ଲିପକାର୍ଟ କହିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories