www.samajalive.in
Saturday, December 13, 2025
26.1 C
Bhubaneswar

ବଜ୍ରପାତରେ ଅଷ୍ଟଶମ୍ଭୁ ମନ୍ଦିରରେ ଫାଟ

ରେଙ୍ଗାଲିକ୍ୟାମ୍ପ: ବଜ୍ରପାତରେ ଅଷ୍ଟଶମ୍ଭୁ ବାବା ସ୍ୱପ୍ନେଶ୍ୱର ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ଅତାବିରା ବ୍ଲକ ସୋର୍ଣ୍ଣା ସ୍ଥିତ ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ଶୈବ ପୀଠ ବାବା ସ୍ୱପ୍ନେଶ୍ୱର ମନ୍ଦିରରେ ଗତ କାଲି ସନ୍ଧ୍ୟାରେ ହୋଇଥିବା ବଜ୍ରପାତ ଯୋଗୁଁଁ ବଡ ଫାଟ ସୃଷ୍ଟି ହେବା ସହ କଳସ କୁମ୍ଭ ଫାଟି ଯାଇଛି। ପାଞ୍ଚ ଶହ ବର୍ଷରୁ ଊର୍ଦ୍ଧ୍ବ ଏହି ମନ୍ଦିରଟି ଅତାବିରା ବ୍ଲକ ଝିଲିମିଣ୍ଡା ପଞ୍ଚାୟତରେ ଅବସ୍ଥିତ। ଏହି ଶୈବ ପୀଠଟିକୁ ପ୍ରତ୍ୟେକ ସୋମବାର ତଥା ପୁଣ୍ୟ ମାସ ଓ ଶ୍ରାବଣ ମାସରେ ହଜାର ହଜାର ଶୈବ ଭକ୍ତଙ୍କ ସମାଗମ ହୋଇଥାଏ। ଲୋକଙ୍କର ଆସ୍ଥା ଓ ବିଶ୍ବାସର ଏହି ଶୈବ ପୀଠର ଅନେକ କିମ୍ବଦନ୍ତୀ ରହିଛି। ବହୁ ପୁରୁଣା ମନ୍ଦିର ହେଲେ ମଧ୍ୟ ଆଜି ଯାଏ ଏହି ମନ୍ଦିରଟି ନିର୍ମାଣ ହେବା ଦିନରୁ ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଥିଲା। ବଜ୍ରପାତରେ ଏହି ମନ୍ଦିରରେ ଫାଟ ହେବା ତଥା କୁମ୍ଭ କଳସ ଫାଟି ଯିବା ନେଇ ଭକ୍ତଙ୍କ ମନରେ ଆଘାତ ଲାଗିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories