‘ନାଭାଲ ଏନସିସି ପକ୍ଷରୁ ବିଶ୍ବ ନଦୀ ଦିବସ ପାଳନ’

ଗଞ୍ଜାମ: ନାଭାଲ୍ ୟୁନିଟ୍ ଏନସିସି ବ୍ରହ୍ମପୁର ପକ୍ଷରୁ ବିଶ୍ବ ନଦୀ ଦିବସ ପାଳିତ ହୋଇଯାଇଛି । ଗଞ୍ଜାମସ୍ଥିତ ଋଷିକୂଲ୍ୟା ତଟ ଓ ଏହାର ଆଖପାଖ ଅଞ୍ଚଳରେ ନଦୀ ସୁରକ୍ଷା ନେଇ ବିଶ୍ବ ନଦୀ ଦିବସ ପାଳନ କରଯାଇଛି । ସାରା ବିଶ୍ୱରେ ନଦୀର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଏହାର ସୁରକ୍ଷା ନେଇ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହି ଅବସରରେ (ଓଡି଼ଶା) ନାଭାଲ୍ ୟୁନିଟ୍ ଏନସିସି କ୍ୟାଡେଟମାନେ ଏହି ଜନ ହିତକର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଶ୍ବରେ ମଧୁର ଜଳ ଓ ମନୁଷ୍ୟ ଉପଯୋଗି ଜଳର ଅଭାବ ଦେଖାଦେଇଥିବା ବେଳେ ଯଦି ଜଣେ ତୃଣମୂଳ ସ୍ତରରୁ ନିଜର ତଥା ଆଖପାଖ ଅଞ୍ଚଳର ନଦୀ ଓ ଜଳାଷୟଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରିପାରିବ ତେବେ କେତେକାଂଶରେ ଜଳକ୍ଲିଷ୍ଟରୁ ରକ୍ଷା ମିଳିପାରିବ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ ନଦୀ ତଥା ନଦୀ ତଟକୁ ପରିଷ୍କାର ଓ ପରିଛନତା ଉପରେ ଗୁରୁତ୍ବ ଦିଆଯାଇ ‘ବିଶ୍ବ ନଦୀ ଦିବସ’ ପାଳନ କରାଯାଇଛି। ଏନସିସି ଗ୍ରୁପ୍ ହେଡ୍ କ୍ବାଟର ବ୍ରହ୍ମପୁର ପକ୍ଷରୁ (ଓଡି଼ଶା) ନାଭାଲ୍ ୟୁନିଟ୍ ଏନସିସି ଅଫିସ ଅଧୀନରେ ଥିବା ବିଭିନ୍ନ କଲେଜର ଏନସିସି କ୍ୟାଡେଟ୍ ମାନେ ଏଥିରେ ଭାଗ ନେଇଥିଲେ। ୧୫୦ରୁ ଅଧିକ ନାଭାଲ ଏନସିସି କ୍ୟାଡେଟ୍ ଏହି ଅଭିଯାନରେ ଭାଗନେଇ ଋଷିକୂଲ୍ୟା ତଟ ଓ ଏହାର ଆଖପାଖ ଅଞ୍ଚଳରେ ନଦୀ ପରିଷ୍କାର କରିବା ସହ ଅଳିଆ ଓ ଆବର୍ଜନା ସଫା କରିଥିଲେ। ଏଥିସହ ଗଞ୍ଜାମ ଋଷିକୂଲ୍ୟା ତଟସ୍ଥ ସ୍ଥାନୀୟ ବାସିନ୍ଦାମାନଙ୍କୁ ନଦୀ ତଟ ଓ ଏହାର ଆଖପାଖ ଅଞ୍ଚଳରେ ଉପଯୁକ୍ତ ରକ୍ଷଣବେକ୍ଷଣ ଓ ପରିଷ୍କାର ରଖିବା ନେଇ ଏକ ସଚେତନତା ରାଲି କରାଯାଇଥିଲା।
ଆୟୋଜିତ କାର୍ଯ୍ୟକ୍ରମରେ  ‘ବିଶ୍ବ ନଦୀ ଦିବସ’ ରେ କମାଣ୍ଡିଂ ଅଫିସର କମାଣ୍ଡର ଏନଭିପି ସ୍ବାମୀଙ୍କ ନିର୍ଦ୍ଦେଶନାରେ ହୋଇଥିବା ବେଳେ ଏହି ଅଭିଯାନରେ ଗଞ୍ଜାମ ମହାବିଦ୍ୟାଳୟ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର, ଖଲ୍ଲିକୋଟ୍ ଏକକ ବିଶ୍ବବିଦ୍ୟାଳୟ ବ୍ରହ୍ମପୁର, ଏନଆଇଏସଟି ବିଶ୍ବବିଦ୍ୟାଳୟ ବ୍ରହ୍ମପୁରର ନାଭାଲ ଏନସିସି କ୍ୟାଡେଟ୍ ମାନଙ୍କ ଦ୍ଵାରା ଋଷିକୂଲ୍ୟା ନଦୀତଟର ଅଳିଆ ଆବର୍ଜନା ସଂଗ୍ରହ କରିବା ସହ ସଚେତନତା ବର୍ତ୍ତା ଦେଇଥିଲେ । ଏହି ଅଭିଯାନରେ ସମସ୍ତ କଲେଜର ଏଏନଓ, ସିଟିଓ, ଏନସିସିର ପି.ଆଇ ଷ୍ଟାଫ ଏବଂ ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

Comments are closed.