ଏତେ ଟଙ୍କା କମିଲା ଟିଭିଏସ୍ ରୋନିନ୍ ଦାମ୍, ଜାଣନ୍ତୁ..
ନୂଆଦିଲ୍ଲୀ : ଭାରତର ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ଟିଭିଏସ୍ ନିଜର କିଛି ବଛା ବଛା ବାଇକରେ ରିହାତି ଦେଉଛି । ଏବେ କମ୍ପାନୀ ନିୟୋ-ରେଟ୍ରୋ ରୋଡଷ୍ଟର ଟିଭିଏସ୍ ରୋନିନ୍ ୨୨୫ ମୋଟରସାଇକେଲର ଦାମରେ ବଡ ଧରଣର ହ୍ରାସ କରିଛି । ଏହା ପୂର୍ବରୁ କମ୍ପାନୀ ରାଇଡର ୧୨୫ ଦାମରେ ୧୩ ହଜାର ଟଙ୍କାର ରିହାତି ଘୋଷଣା କରିଥିଲା । ଭେରିଆଣ୍ଟ ଅନୁସାରେ ଏହି ଦାମ୍ ଭିନ୍ନ ଭିନ୍ନ ରହିଛି । ଏହାର ବେସ୍ ଭେରିଏଣ୍ଟର ଦାମ୍ ୧.୩୫ ଲକ୍ଷ ଟଙ୍କା(ଏକ୍ସ ଶୋରୁମ୍)ରୁ ଆରମ୍ଭ ହୋଇଥାଏ । ରୋନିନ୍ ଏସଏସ୍ ଏବେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି ।
ବେସ୍ ରୋନିନ୍ ଏସଏସ୍ ଓ ରୋନିନ୍ ଡିଏସ୍ ମଧ୍ୟରେ ପୂର୍ବରୁ ୭୫୦୦ ଟଙ୍କାର ଦାମରେ ଫରକ ଥିଲା । ଏବେ ଏସଏସ୍ ଓ ଡିଏସ୍ ୨୧,୭୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି । ନୂଆ ଦାମ୍ ସହିତ ଟିଭିଏସ୍ ରୋନିନ୍ ଏବେ ରୟାଲ ଏନଫିଲ୍ଡ ହଣ୍ଟର ୩୫୦ ସହିତ ମୁକାବିଲା କରିବ । ବେସ୍ ଭାରିଆଣ୍ଟ ପାଇଁ ଦାମ୍ ବ୍ୟତୀତ ରୋନିନରେ କୌଣସି ପରିବର୍ତ୍ତନ ହୋଇନି । ବାଇକରେ ଗୋଲ୍ଡେନ୍ ୟୁଏସଡି ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫୋକର୍ସ, ୭ ଷ୍ଟେପ୍ ପ୍ରିଲୋଡ୍ ଆଡଜଷ୍ଟେବଲ ରିୟର ମୋନୋ-ଶକ୍, ଟ୍ୟୁବଲେସ୍ ଟାୟାର୍ସ ସହିତ ୧୭ ଇଞ୍ଚ ଆଲୟ ହ୍ବିଲ୍ସ, ଏଲଇଡି ଡିଆରେଲ୍ ସହିତ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ମିଳିଥାଏ ।
Comments are closed.