www.samajalive.in
Monday, December 8, 2025
14.1 C
Bhubaneswar

ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ୩ ଗିରଫ

ମୁଖୀଗୁଡା: ମୋବାଇଲ ଫୋନ ଲୁଟ୍‌ କରି ଫେରାର ହେଉଥିବାବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ିବା ପରେ ଜୟପାଟଣା ପୁଲିସ ୩ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ନବରଙ୍ଗପୁର ଜିଲା ମଇଦଲପୁର ଅଞ୍ଚଳର ପାଞ୍ଚଜଣ ଯୁବକ ଦୁଇଟି ମୋଟର ସାଇକେଲରେ ପାବଳି ଘାଟି ଦେଇ ଆସି ପ୍ରଥମେ କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ଦେବାର୍ଚ୍ଚନ ମାଝୀଙ୍କ ମୋବାଇଲ ଫୋନ ଛଡାଇ ନେଇଥିଲେ। ଏହାପରେ ପାଣ୍ଡରିପଖାନ ଗାଁର ଭରତ ନାଏକଙ୍କ ମୋବାଇଲ ଫୋନ ଛଡାଇ ନେଇ ନୂଆଗୁଡା ଗାଁ ଅଭିମୁଖେ ଯାଉଥିବା ବେଳେ ଗାଁଲୋକେ ସେମାନଙ୍କୁ ପିଛା କରି ନୂଆଗୁଡା ଛକ ନିକଟରେ ୩ଜଣ ଯୁବକଙ୍କୁ କାବୁ କରି ଜୟପାଟଣା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜୟପାଟଣା ଥାନା ଅଧିକାରୀ ଶେଷଦେବ ବେହେରା ଏକ ଟିମ୍ ପଠାଇ ଯୁବକମାନଙ୍କୁ ଗିରଫ କରିଥିଲେ। ତଦନ୍ତ ସମୟରେ ଜଣାପଡ଼ିଲା ଯେ, ଏମାନେ ଦୁଇଟି ମୋଟର ସାଇକେଲରେ ପାଞ୍ଚ ଜଣ ଆସି ଏକ ବଡ଼ଧରଣର ଡକାୟତି ଯୋଜନାରେ ଥିଲେ। ଏନେଇ ଜୟପାଟଣା ଥାନାରେ କେସ ନମ୍ବର ୨୩୫/୨୪ରେ ମାମଲା ରୁଜୁ ହୋଇ ମଇଦଳପୁର ଗ୍ରାମର ଉମେଶ ନାଏକ (୧୯), ଭବାନୀ ଶଙ୍କର ନାଏକ(୧୯) ଓ କିଶୋର ହରିଜନ(୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories