ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ହେବ – ଜିଲ୍ଲାପାଳ..
ପୁରୀ : ପୁରୀ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ଘିଅ ବ୍ୟବହୃତ ହୁଏ । ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ସୂଚନା ଦେଇଛନ୍ତି। ଏନେଇ ଓମ୍ଫେଡ୍ ଓ ଅନ୍ୟ ସଂସ୍ଥା ସହ ଆଲୋଚନା କରିବୁ । ଏକ ମାନକଯୁକ୍ତ ଘିଅ ଯୋଗାଣ ନେଇ ଆମେ ଆଲୋଚନା କରିବୁ । ଆବଶ୍ୟକ ପଡିଲେ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅ ମାନ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।
ତିରୁପତି ମନ୍ଦିରରେ ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶ୍ରଣ ହେବା ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ପ୍ରଶାସନର ତତ୍ପରତା ଦେଖାଦେଇଛି।
ଅକ୍ଟୋବରରେ ହେବ ଅତ୍ୟନ୍ତ ଶୁଭ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ମିଳିବ ଧନ, ସଫଳତା..
ଏୟାରଟେଲ୍ ଆଣିଲା ୩ଟି ନୂଆ ଜବରଦସ୍ତ ପ୍ଲାନ; ମାତ୍ର ୭ଟଙ୍କାରେ ମିିଳିବ..
Comments are closed.