ସରକାରୀ କର୍ମଚାରୀ ୧୦ ବର୍ଷ ଅଫିସ୍ ନ ଆସି ନେଇଥିଲେ ଦରମା, ବୋନସ୍..
ନୂଆଦିଲ୍ଲୀ : ଥାଇଲ୍ୟାଣ୍ଡରେ ଜଣେ ସରକାରୀ ଅଧିକାରୀ ଗୋଟିଏ ଦିନ ମଧ୍ୟ କାର୍ଯ୍ୟାଳୟରେ କାମ ନକରି ୧୦ ବର୍ଷ ପର୍ଯ୍ୟନ୍ତ ଦରମା ଓ ବୋନସ୍ ନେଇଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନାନୁଯାୟୀ, ଅଧିକାରୀ ଜଣକ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟରେ କାମ କରିବା ପାଇଁ ସମୟ ଦେଇନଥିଲେ । କାରଣ ସେ ଏକ କ୍ଲବ୍ରେ ଗୀତ ଗାଆନ୍ତି । କ୍ଲବ୍ରେ ରାତି ସାରା କାମ କରି ଥକ୍କାପଣ ଯୋଗୁଁ କାର୍ଯ୍ୟାଳୟକୁ ଆସି କାମ କରୁନଥିଲେ । ମାତ୍ର ବ୍ୟକ୍ତି ଜଣଙ୍କୁ କାମରୁ ବାହାର କରାଯାଇନଥିଲା ବରଂ ଦରମା ସହ ବୋନସ୍ ମଧ୍ୟ ମିଳୁଥିଲା । ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।
Comments are closed.