www.samajalive.in
Friday, December 5, 2025
26.1 C
Bhubaneswar

୬ ବର୍ଷ ବୟସରେ ​‌ହୋଇଥିଲା ଅପହରଣ, ୭୦ ବର୍ଷ ପରେ ଘର ବାହୁଡ଼ା: ଡିଏନଏ ଟେଷ୍ଟ ସାହାଯ୍ୟରେ..

ସମାଜ ଡିଜିଟାଲ ଡେସ୍କ: କାଲିଫର୍ନିଆରେ ଅପହରଣ ହୋଇଥିବା ଏକ ବାଳକ ପ୍ରାୟ ୭୦ ବର୍ଷ ପରେ ନିଜ ପରିବାର ଲୋକଙ୍କୁ ଭେଟିଲେ। ୬ ବର୍ଷ ବୟସରେ ଅପହରଣ ହୋଇଥିବା ଏହି ବାଳକ ଆମେରିକାର ପୂର୍ବ ତଟରୁ ଉଦ୍ଧାର ହୋଇଛି। କୁହାଯାଉଛି ଯେ, ଫେବୃଆରୀ ୨୧, ୧୯୫୧ରେ ଲୁଇସ୍ ଆର୍ମାଣ୍ଡୋ ଅଲ୍‌ବିନୋ ନାମକ ବାଳକ କାଲିଫର୍ନିଆର ୱେଷ୍ଟ ଓକଲ୍ୟାଣ୍ଡ ପାର୍କରୁ ନିଖୋଜ ହୋଇଯାଇଥିଲେ। ପିଲାଟି ତା’ର ବଡ଼ ଭାଇ ରୋଜର(୧୦ ବର୍ଷ) ସହ ପାର୍କରେ ଖେଳୁଥିବାବେଳେ ଜଣେ ମହିଳା ମିଠା ଦ୍ଵାରା ପ୍ରଲୋଭିତ କରି ଅଲ୍‌ବିନୋକୁ ନିଜ ସାଙ୍ଗରେ ନେଇଯାଇଥିଲେ। ଦଶନ୍ଧି ଧରି ଲୁଇସ୍ ଅଲ୍‌ବିନୋଙ୍କ ବିଷୟରେ କେହି କିଛି ଜାଣି ନଥିଲେ। ଚଳିତ ବର୍ଷ ପରିବାର ସଦସ୍ୟଙ୍କ ଦ୍ୱାରା ନିରନ୍ତର ଅନୁସନ୍ଧାନ, କଠିନ ପରିଶ୍ରମ ଏବଂ ଡିଏନ୍ଏ ପରୀକ୍ଷା ପରେ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ଅଲ୍‌ବିନୋଙ୍କ ଝିଆରୀ ଏଲିଡା ଏଲେକ୍ଵିନ୍ ନିଜ କାକାଙ୍କୁ ଖୋଜିବାକୁ ଏକ ମିଶନ୍ ଚଳାଇଥିଲେ। ଡିଏନ୍ଏ ପରୀକ୍ଷା, ଖବରକାଗଜ କଟିଙ୍ଗ୍, ଓକଲ୍ୟାଣ୍ଡ ପୁଲିସ, ଏଫବିଆଇ ଏବଂ ନ୍ୟାୟ ବିଭାଗ ସହାୟତାରେ ୬୩ ବର୍ଷିୟା ଓକଲ୍ୟାଣ୍ଡ ନିବାସୀ ଏଲେକ୍ଵିନ୍ ତାଙ୍କ କାକାଙ୍କୁ ଶେଷରେ ଖୋଜି ବାହାର କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଲୁଇସ୍ ଅଲ୍‌ବିନୋ ଏବେ ଜଣେ ଅବସରପ୍ରାପ୍ତ ଅଗ୍ନିଶମ କର୍ମଚାରୀ।

- Advertisement -

ଚଳିତ ବର୍ଷ ଜୁନ୍‌ ମାସରେ ଲୁଇସ୍ ଅଲବିନୋ ତାଙ୍କ ପରିବାରକୁ ଭେଟିଥିଲେ, ଏହି ସମୟରେ ପ୍ରତ୍ୟେକ ସଦସ୍ୟ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଥିଲେ। ସେ ତାଙ୍କ ଭାଇ ରୋଜରଙ୍କୁ ମଧ୍ୟ ଭେଟିଥିଲେ। ଗତ ମାସରେ କର୍କଟ ରୋଗରେ ରୋଜରଙ୍କ ମୃତ୍ୟୁ ଘଟିଛି। ଝିଆରୀ ଏଲିଡା ଏଲେକ୍ଵିନ୍ ଦୁଇ ଭାଇଙ୍କ ମିଳନକୁ ହୃଦୟସ୍ପର୍ଶୀ ବୋଲି କହିଛନ୍ତି। ଏଲିଡା କହିଛନ୍ତି ଯେ, ସେମାନେ ପରସ୍ପରକୁ ଜାବୁଡ଼ି ଧରି ଦୀର୍ଘ ସମୟ ଆଲିଙ୍ଗନ କରିଥିଲେ। ସେମାନେ ବସି ବହୁତ କଥା ହୋଇଥିଲେ।’’ ରୋଜରଙ୍କ ଶେଷ ସମୟକୁ ଶାନ୍ତିପୂର୍ଣ୍ଣ ବୋଲି କରିଛନ୍ତି ଏଲେକ୍ଵିନ୍। ସେ କହିଛନ୍ତି, ‘‘ସେ ଖୁସିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଏବଂ ତାଙ୍କ ଭାଇ ମିଳିଥିବା ଜାଣି ସେ ବହୁତ ଶାନ୍ତି ପାଇଛନ୍ତି।’’

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories