www.samajalive.in
Monday, December 8, 2025
24.1 C
Bhubaneswar

ପଚପଚ କାଦୁଅରେ ଚାଲିଛି ସାପ୍ତାହିକ ବଜାର ବାଲିପଡା

ନର୍ଲା : ଭବାନୀପାଟଣା ନିୟନ୍ତ୍ରିତ ବଜାର କମିଟି(ଆର୍ ଏମ୍ ସି) ଅଧିନରେ ରହିଛି ନର୍ଲା ବ୍ଲକ ଅନ୍ତର୍ଗତ ବାଲିପଡା ବଜାର। ପ୍ରତି ସପ୍ତାହର ସୋମବାରରେ ଅନୁଷ୍ଠିତ ହେଉଥିବା ଏହି ବଜାର କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବଜାର। ନିୟନ୍ତ୍ରିତ ବଜାର କମିଟି ଭବାନୀପାଟଣା ଅଧିନସ୍ଥ ଏହି ବଜାରରେ ଅତିକମରେ ୧୦୦୦୦ ଲୋକଙ୍କ ସମାଗମ ହୁଏ । ଯାନ ବାହାନ କଥା ନକହିବା ଭଲ । ଟିକସ ଆଦାୟରେ ବାଲିପଡା ବଜାର ଆର ଏମ୍ ସି ର ସୁନା ଅଣ୍ଡା ଦିଆ କୁକୁଡ଼ା ପାଲଟିଥିବା ବେଳେ ଆଜି ବଜାରରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷାରେ ଯଦି ବଜାରରେ କାଦୁଅ ଭରି ହେଉଛି, ତାହେଲେ ଲଗାଣ ବର୍ଷାରେ ଏହାର ଅବସ୍ଥା କିପରି ହେଉଥିବା ତାହା ଅନୁମେୟ । ବଜାରକୁ ପ୍ରବେଶ ଦ୍ଵାର ସାମାନ୍ୟ ବର୍ଷାରେ ଏଭଳି କାଦୁଅ ହେଉଛି ଯେ ଏତେ ବଡ଼ ଗହଳିରେ ଲୋକେ ଯାତାୟତ କରିବା କଷ୍ଟକର ହୋଇପଡୁଛି। ଗୋଟିଏ ରାସ୍ତାରେ ମଣିଷ, ପଶୁ ଓ ଯାନବାହାନ ଯାତାୟତ କରୁଛନ୍ତି ଫଳରେ ଆଣ୍ଠୁଏ କାଦୁଅ ସୃଷ୍ଟି ହେଉଛି। ବ୍ୟବସାୟୀ ଓ ଗ୍ରାହକ ପଚପଚ କାଦୁଅରେ ନାହଁ ନଥିବା ଅସୁବିଧା ଭୋଗୁଛନ୍ତି। ଯଦି ସାଧାରଣ ଭାବରେ ମୁଖ୍ୟ ଫାଟକରେ କିଛି ମୋରମ ମାଟି ପକା ଯାଆନ୍ତା ତାହେଲେ ଲୋକଙ୍କ ଯାତାୟତ ସୁଗମ ହୁଅନ୍ତା। ଅନ୍ୟପଟେ ଛେଳି, ମେଣ୍ଢା, ବତକ, କୁକୁଡ଼ା, ଗାଈବଳଦ ଦୋକାନୀ ମାନଙ୍କ ଠାରୁ ଟିକସ ଆଦାୟ କରାଯାଉଛି। ବଜାର ଭିତର ଅବସ୍ଥା ଶୋଚନୀୟ। ଏହାକୁ ନେଇ ସର୍ବସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଉଛି ।

ଦେଖନ୍ତୁ ଭିଡିଓ; ବିରୂପା ବ୍ୟାରେଜରେ ଯୁବକ ନିଖୋଜ, ଖୋଜାଖୋଜି ଜାରି..

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories