www.samajalive.in
Thursday, December 11, 2025
15.1 C
Bhubaneswar

ଆନ୍ଦୋଳନ ଡାକରା ପ୍ରତ୍ୟାହାର କଲା ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଥିବା ବିଜେଡିର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଦାବି କରିଥିଲେ। ଏହାକୁ ନେଇ ବିଜେଡି ମହିଳା ମୋର୍ଚ୍ଚ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହାପରେ ଆସନ୍ତାକାଲି ଦଳ ପକ୍ଷରୁ ଭୁବନେଶ୍ୱରରେ ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ହେଲେ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବିଜେଡି ଏହି ଆନ୍ଦୋଳନ ପ୍ରତ୍ୟାହାର କରିଛି। ସାମୟିକ ଭାବେ ହରତାଳକୁ ପ୍ରତ୍ୟାହାର କରାଯାଇଥିବା ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା ଅରୁଣ ସାହୁ ଓ ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ନିରପେକ୍ଷ ତଦନ୍ତ କରାଯାଇ ପୀଡିତାଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଜେଡି ଦାବି କରିଛି। ଏହି ଘଟଣାକୁ ନେଇ ସାରା ଦେଶରେ ଓଡ଼ିଶା ପୁଲିସର ଛବି ମଳିନ ହୋଇଛି। ତେଣୁ ଦୋଷୀଙ୍କ ବିରୋଧରେ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଅରୁଣ ସାହୁ ଦାବି କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories