www.samajalive.in
Sunday, December 14, 2025
14.1 C
Bhubaneswar

୬ ବର୍ଷର ଝିଅକୁ ଦୁଷ୍କର୍ମରୁ ରକ୍ଷା କଲେ ମାଙ୍କଡ଼, ଅଭିଯୁକ୍ତକୁ ଗୋଡ଼ାଇ ତଡ଼ିଲେ

ସମାଜ ଡିଜିଟାଲ ଡେସ୍କ: ଜଣେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ଉଦ୍ୟମ କରୁଥିଲେ ପଡ଼ୋଶୀ। ହେଲେ ଏତିକି ବେଳେ ପହଞ୍ଚିଗଲେ ମାଙ୍କଡ଼ ପଲ। ତା’ ପରେ ଅଭିଯୁକ୍ତକୁ ଗୋଡ଼ାଇବା ସହିତ ଆକ୍ରମଣ କରି ଲହୁଲୁହାଣ କଲେ। ଯାହାଫଳରେ ଦୁଷ୍କର୍ମରୁ ରକ୍ଷା ପାଇଗଲା ଶିଶୁଟି। ବିଶ୍ଵାସ ହେଉ ନ ଥିଲେ ମଧ୍ୟ ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ମିରଟ ଅନ୍ତର୍ଗତ ବାଘପତରେ। ଝିଅର ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଫେରାର ଥିବା ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି।

ଝିଅର ପରିବାର ଲୋକଙ୍କ କହିବା ଅନୁସାରେ, ଅଭିଯୁକ୍ତ ଜଣକ ୟୁକେଜିରେ ପଢୁଥିବା ତାଙ୍କ ଛୋଟିଆ ଝିଅଟିକୁ ବାହାନା ଦେଖାଇ ଏକ ନିଛାଟିଆ ସ୍ଥାନରେ ଥିବା ପରିତ୍ୟକ ଘରକୁ ନେଇଯାଇଥିଲା। ସେଠାରେ ଝିଅଟିକୁ ନିବସ୍ତ୍ର କରି ଦୁଷ୍କର୍ମ ଉଦ୍ୟମ କରିଥିଲା। କିନ୍ତୁ ସେହି ସମୟରେ କିଛି ମାଙ୍କଡ଼ ପଲ ପହଞ୍ଚି ଯାଇଥିଲେ। ଏହା ପରେ ମାଙ୍କଡ଼ମାନେ ଅଭିଯୁକ୍ତକୁ ପ୍ରଥମେ ଭୟଭୀତ କରାଇଥିଲେ। କିନ୍ତୁ ଅଭିଯୁକ୍ତ ଝିଅକୁ ଛାଡ଼ି ନ ଯିବାରୁ ମାଙ୍କଡ଼ ପଲ ତା’କୁ ଆକ୍ରମଣ କରିଥିଲେ। ଶେଷରେ ପ୍ରାଣ ବିକଳରେ ଅଭିଯୁକ୍ତ ସେହି ସ୍ଥାନରୁ ଚାଲିଯାଇଥିଲା। ଏହା ପରେ ଝିଅଟି ସେଠାରୁ ଖସି ଆସି ଘରେ ପହଞ୍ଚିଥିଲା। ଝିଅକୁ ଏପରି ଅବସ୍ଥାରେ ଦେଖି ପରିବାର ଲୋକେ ଘଟଣା ବିଷୟରେ ପଚାରି ବୁଝିବାରୁ ସତ୍ୟତା ଜଣାପଡ଼ିଥିଲା।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories