କ୍ୟାମ୍ପସ୍‌ ନିଯୁକ୍ତିକୁ ଫେରୁଛନ୍ତି ଆଇଟି କମ୍ପାନୀ, ମହାବିଦ୍ୟାଳୟ ଉପରେ ନଜର

ବେଙ୍ଗାଲୁରୁ: ବ୍ୟବସାୟରେ ଅଭିବୃଦ୍ଧି ହେବା ଆଶା ମଧ୍ୟରେ ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ଆଇଟି କମ୍ପାନୀ ସେମାନଙ୍କ କ୍ୟାମ୍ପସ୍ ନିଯୁକ୍ତି ଡ୍ରାଇଭକୁ ପୁନଃ ଆରମ୍ଭ କରୁଛନ୍ତି। ୬ରୁ ୯ ଲକ୍ଷ ଟଙ୍କା ଦରମା ମଧ୍ୟରେ କୁଶଳୀ ପ୍ରୋଗ୍ରାମର ଏବଂ ଡିଜିଟାଲ୍ ବିଶେଷଜ୍ଞଙ୍କ ପାଇଁ ଆଇଟି ଫାର୍ମଗୁଡ଼ିକ ବିଭିନ୍ନ ମହାବିଦ୍ୟାଳୟ ଉପରେ ନଜର ରଖିଛନ୍ତି।
ଆଇବିଏମ୍‌, ଇନ୍‌ଫୋସିସ୍‌, ଟିସିଏସ୍‌ ଏବଂ ଏଲ୍‌ଟିଆଇ ମାଇଣ୍ଡ ଟ୍ରି ଜୁଲାଇରେ ପ୍ରାଥମିକ ଭାବେ ବିଭିନ୍ନ କ୍ୟାମ୍ପସକୁ ଯାଇଥିଲେ। ଟିସିଏସ୍‌ ୪୦ ହଜାର ନବନିଯୁକ୍ତି କରିବ ବୋଲି ଘୋଷଣା କରିଥିବାବେଳେ ଇନ୍‌ଫୋସିସ୍‌ ବିଭିନ୍ନ ମହାବିଦ୍ୟାଳୟ ଓ ଅଫ୍‌ କ୍ୟାମ୍ପସରୁ ୧୫ରୁ ୨୦ ହଜାର ନବନିଯୁକ୍ତି କରିବ ବୋଲି ଯୋଜନା କରିଛି। ୨୦୨୩-୨୪ରେ ଇନ୍‌ଫୋସିସ୍‌ ୧୧ ହଜାର ୯ଶହ କ୍ୟାମ୍ପସ୍‌ ନିଯୁକ୍ତି କରିଥିଲା। ଏହାର ପୂର୍ବ ବର୍ଷ ଇନ୍‌ଫୋସିସ୍‌ ୫୦ ହଜାର କ୍ୟାମ୍ପସ୍‌ ନିଯୁକ୍ତି କରିଥିଲା, ଯାହା ୨୦୨୩-୨୪ ତୁଳନାରେ ୭୬% ଅଧିକ। ୱିପରୋ ଏଚ୍‌ଆର ସୌରଭ ଗୋଭିଲ କହିଛନ୍ତି ଯେ, ଗୋଟିଏ ବର୍ଷର ବ୍ୟବଧାନ ପରେ ଆମେ ସହଭାଗିତାରେ ଥିବା କ୍ୟାମ୍ପସ୍‌କୁ ଫେରୁଛୁ। ଚଳିତ ଆର୍ଥିକ ବର୍ଷରେ ୱିପ୍‌​‌େ​‌ରା ୧୦ ହଜାରରୁ ୧୨ ହଜାର ନବନିଯୁକ୍ତି କରିବ। ଜୁନ୍‌ ତ୍ରୟମାସରେ ୩୦୦୦ ନବନିଯୁକ୍ତି ହୋଇଥିବା ଗୋଭିଲ କହିଛନ୍ତି। ସାମ୍ପ୍ରତିକ ଇଞ୍ଜିନିୟରିଂ ସ୍ନାତକଙ୍କ ପାଇଁ ନିଯୁକ୍ତି ଦୃଷ୍ଟିକୋଣରେ ଉନ୍ନତି ଦେଖାଦେଇଛି। ତେବେ ପୂର୍ବ ବର୍ଷ ତୁଳନାରେ ମନୋନୟନ ପ୍ରକ୍ରିୟା ଅଧିକ କଠୋର ହେବ ବୋଲି କେତେକ ବିଶେଷଜ୍ଞ କହିଛନ୍ତି।

Comments are closed.