ଚାରି ଦିନିଆ ଦିଲ୍ଲୀ ଗସ୍ତରେ ବାଚସ୍ପତି

ଭୁବନେଶ୍ୱର:  ଦଶମରାଜ୍ୟ ଗୋଷ୍ଠୀସଂସଦୀୟସଂଘ, ଭାରତୀୟଆଞ୍ଚଳିକ ସମ୍ମିଳନୀ ଦିଲ୍ଲୀର ପାର୍ଲିଆମେଣ୍ଟଠାରେ ଅନୁଷ୍ଠିତ ହେଉଅଛି । ଲୋକ ସଭାର ବାଚସ୍ପତି ଶ୍ରୀଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟର ବାଚସ୍ପତି ଓ ଉପବାଚସ୍ପତି ଯୋଗଦେଉଛନ୍ତି । ଏଥିରେଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀଶଙ୍କର ଭୋଇ, ରାଜ୍ୟ ବିଧାନସଭାର ସଚିବଶ୍ରୀ ଦାଶରଥି ଶତପଥୀ ପ୍ରମୁଖ ଯୋଗଦେଉଛନ୍ତି । ବାଚସ୍ପତି ତାଙ୍କ ଦିଲ୍ଲୀ ଗସ୍ତ ସମୟରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Comments are closed.