www.samajalive.in
Monday, December 8, 2025
13.1 C
Bhubaneswar

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ବୃଦ୍ଧାଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ଅମର୍ଦ୍ଦାରୋଡ଼: ଅମର୍ଦ୍ଦାରୋଡ଼-ବାରିପଦା ମୁଖ୍ୟ ରାସ୍ତାର ଗେଟ୍ ବଜାର ରେଳଫାଟକ ନିକଟସ୍ଥ ଅମ୍ବିକା ମେସ୍‌ର ଜଣେ ବୃଦ୍ଧାଙ୍କୁ ଜଣେ ଯୁବକ ଛୁରାମାଡ଼ କରିବା ଘଟଣାରେ ସଂପୃକ୍ତ ଯୁବକକୁ ଫାଣ୍ଡି ପୁଲିସ ଉଠାଇ ଆଣି ଫାଣ୍ଡିରେ ଅଟକ ରଖିଛି। ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଶ୍ୟାମାନନ୍ଦପୁର ଗ୍ରାମର ଅକ୍ଷୟ ପାତ୍ରଙ୍କ ଭଉଣୀ ଅନ୍ନପୂର୍ଣ୍ଣା ଗିରି ଓ ବସ୍ତା ଥାନା ମାଛିଆ ଗ୍ରାମର ଅମୂଲ୍ୟ ପାତ୍ର ଦୁହେଁ ପଡ଼ୋଶୀ ଭାବେ ଅମ୍ବିକା ମେସ୍‌ରେ ଭଡ଼ା ନେଇ ରହୁଥିଲେ। ତେବେ ଅନ୍ନପୂର୍ଣ୍ଣା ସେଠାରେ ଦୀର୍ଘ ବର୍ଷ ଧରି ରହି ଆସୁଥିବାବେଳେ ଅମୂଲ୍ୟ ଅଳ୍ପ କିଛିଦିନ ଧରି ସେଠାରେ ରହି ଆସୁଥିଲେ।

ଅମୂଲ୍ୟ ପେଷାରେ ଜଣେ ଗାଡ଼ି ଚାଳକ। ପ୍ରତ୍ୟେକ ଦିନ ସେ ପେଟେ ମଦ ପିଇ ବିଳମ୍ବିତ ରାତିରେ ମେସ୍‌କୁ ଫେରନ୍ତି। ତେବେ ସକାଳ ସମୟରେ ଉଠି ମଦ ନିଶାରେ ଥାଇ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗୁମ୍‌ ବାହାରେ ପରିଶ୍ରା କରିଥାନ୍ତି। ଏହା ଦେଖି ଅନ୍ନପୂର୍ଣ୍ଣା ଓ ତାଙ୍କ ବୃଦ୍ଧା ମାଆ ବିରକ୍ତଭାବ ପ୍ରକାଶ କରିଥାନ୍ତି। ତେବେ ଶନିବାର ବିଳମ୍ବିତ ରାତିରେ ଅମୂଲ୍ୟଙ୍କ ସହ ସମ୍ପର୍କୀୟ ଭାଇ ପେଟେ ପଦ ପିଇ ମେସ୍‌କୁ ଆସିଥିଲେ। ଫଳରେ ରବିବାର ସକାଳେ ଅମୂଲ୍ୟ ଉଲଗ୍ନ ଅବସ୍ଥାରେ ଘର ବାହାରେ ପରିଶ୍ରା କରୁଥିବା ସମୟରେ ଅନ୍ନପୂର୍ଣ୍ଣାଙ୍କ ମାଆ ଦେଖିପାରି ତାଙ୍କୁ ତାଗିଦ କରିଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ଅମୂଲ୍ୟ ଏଥିରେ କ୍ରୋଧାନ୍ବିତ ହୋଇ ଘରୁ ଏକ ଧାରୁଆ ଛୁରୀ ଆଣି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ। ବୃଦ୍ଧାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ରାସଗୋବିନ୍ଦପୁର ହସ୍ପିଟାଲ ଓ ପରେ ବାରିପଦାସ୍ଥିତ ପିଆରଏମ୍ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ମେସ୍‌ ମାଲିକ ମଦନ ମୋହନ ପାଳ ଓ ଅନ୍ୟ ଭଡ଼ାଟିଆ ଦୁଇ ଯୁବକଙ୍କୁ କୋଠରୀ ଭିତରେ ପୁରାଇ ବାହାରୁ ତାଲା ପକାଇଦେଇଥିଲେ। ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ଘଟଣା ସ୍ଥଳରେ ପହଞ୍ଚି ବନ୍ଦ କୋଠରୀରୁ ଦୁଇ ଯୁବକଙ୍କ ମଧ୍ୟରୁ ଅମୂଲ୍ୟକୁ ଉଠାଇ ଆଣି ଫାଣ୍ଡିରେ ଅଟକ ରଖିଛନ୍ତି। ଘଟଣା ସମ୍ପର୍କରେ ବୃଦ୍ଧାଙ୍କ ସାନପୁଅ ଅକ୍ଷୟ ପାତ୍ର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବାବେଳେ ମେ୍ସ ମାଲିକ ମଦନ ମୋହନ ପାଳ ମଧ୍ୟ ଅନ୍ୟ ଏକ ଏତଲା ଦେଇଥିବା ଜଣାପଡ଼ିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories