www.samajalive.in
Monday, December 8, 2025
13.1 C
Bhubaneswar

ଆଧାର କାର୍ଡ ଅପଡେଟ ପାଇଁ ରାତି ଅଧରୁ ଧାଡ଼ି

ଫୁଲବାଣୀ: ସରକାର ରାସନ୍ କାର୍ଡ କେୱାସି ଓ ମହିଳାମାନଙ୍କ ଉନ୍ନତି ନିମନ୍ତେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଏଥିପାଇଁ ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଆଧାର କାର୍ଡ ସଂଶୋଧନ କେନ୍ଦ୍ରରେ ଭିଡ ଜମୁଥିବା ଦେଖି ବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଖଜୁରୀପଡା, ଫିରିଙ୍ଗିଆ, ଚକାପାଦ, ଫୁଲବାଣୀ ସମେତ ବିଭିନ୍ନ ବ୍ଲକର ଆଧାର କାର୍ଡ ସଂଶୋଧନ କେନ୍ଦ୍ରରେ ରାତ୍ରୀ ୧ ଘଣ୍ଟିକା ଠାରୁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଆଧାରକାର୍ଡ଼ ଅପଡ଼େଟ୍‌‌ ପାଇଁ ହିତାଧିକାରୀ ମାନେ ରାତ୍ର ଉଜାଗର ରହି କେନ୍ଦ୍ର ସମ୍ମୁଖରେ କୁପନ ପାଇବା ପାଇଁ ଅପେକ୍ଷା କରୁଥିବାର ଦେଖାଯାଇଛି। ଖୋଦ୍‌‌ ଫୁଲବାଣୀ ସହରରେ ମଧ୍ୟ ଏହା ଏବେ ସବୁଦିନିଆ ଦୃଶ୍ୟ ଦେଖାଯାଇଛି। ଦିନ ୧୦ଟା ପୋଷ୍ଟ ଅଫିସ୍‌‌ ଏବଂ ବିଏସ୍‌‌ଏନ୍‌‌ଏଲ୍‌‌ ଅଫିସ୍‌‌ ଖୋଲିଥିଲେ ମଧ୍ୟ ସକାଳ ପ୍ରାୟ ୪.୩୦ରୁ ହିତାଧିକାରୀ ମାନେ ଆସି ଲାଇନ୍‌‌ରେ ଠିଆ ହେଉଥିବାର ଦେଖାଯାଇଛି। ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କନ୍ଧମାଳ ଜିଲ୍ଲାର ଏକ ଆଦିବାସୀ ଅଧ୍ୟୁଷିତ ବଣ, ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ ହୋଇ ଥିବାରୁ ବହୁ ଦୂର ଦୂରାନ୍ତରୁ ଆସି ଲୋକ ନାହିଁ ନଥିବା ହଇରାଣ ହେଉଛନ୍ତି ଆଧାର କାର୍ଡ ସେଣ୍ଟର୍ ଗୁଡ଼ିକରେ ରାତ୍ରୀରେ ନାମ ତାଲିକା କରି କୁପନ ବଣ୍ଟା ଯାଉଛି ଆଉ କେଉଁ ସେଣ୍ଟରରେ ୧୭୦ କୁପନ ଦିଆଯାଉଚି ତ କେଉଁ ସେଣ୍ଟରରେ ୧୦୦ କୁପନ ତ କେଉଁଠି ୫୦ ଗୋଟି। ଯାହା ଫଳରେ ଲୋକ ମାନେ ଆସି ନୟାନ୍ତ ହୋଇ ଫେରି ଯାଉଛନ୍ତି। ତେଣୁ ଏହି ସମସ୍ୟା ପାଇଁ ପ୍ରଶାସନ ଦୃଷ୍ଟି ଦେଇ ପ୍ରତ୍ୟେକ ଆଧାର ସେଣ୍ଟରକୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଅପଡେଟ କରିବାକୁ ପରାମର୍ଶ ଦେବାକୁ ବହୁ ହିତାଧିକାରୀ ମାନେ ନିବେଦନ କରିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories