www.samajalive.in
Saturday, December 6, 2025
26.1 C
Bhubaneswar

‘ସୁଭଦ୍ରା’କୁ ନେଇ ଆସିଲା ଖୁସି ଖବର ;ଜାଣନ୍ତୁ, କେମିତି ଖର୍ଚ୍ଚ କଲେ ମିଳିବ ଆଉ ୫୦୦ ଟଙ୍କା ବୋନସ୍‌- ଉପମୁଖ୍ୟମନ୍ତ୍ରୀ..

ଭୁବନେଶ୍ୱର : ‘ସୁଭଦ୍ରା’ ଯୋଜନାରେ ମିଳିବ ୫୦୦ ଟଙ୍କାର ବୋନସ୍‌। ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା କହିଛନ୍ତି । ଆଜି ଗଣମାଧ୍ୟମକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ପ୍ରଭାତୀ କହିଛନ୍ତି, ଯେଉଁ ମହିଳାମାନେ ସୁଭଦ୍ରା ଅର୍ଥ ରାଶିକୁ ଡିଜିଟାଲି ବ୍ୟୟ କରିବେ ସେମାନଙ୍କୁ ଏହି ବୋନସ୍‌ ମିଳିବ। ‘ସୁଭଦ୍ରା’ଯୋଜନାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିବା ପରେ ବ୍ୟାଙ୍କ ସାମ୍ନାରେ ଖୁବ୍‌ ଭିଡ ଦେଖିବାକୁ ମିଳିଛି । ଓଡିଶାର ସାଧାରଣ ଜନତାଙ୍କୁ ଆଶ୍ୱସ୍ତି କରି କହିଛନ୍ତି, ସୁଭଦ୍ରା ଯୋଜନାରେ ଆକାଉଣ୍ଟକୁ ଯାଇଥିବା ଟଙ୍କା ଆପଣଙ୍କମାନଙ୍କର। ସରକାର ତା’ଉପରେ ସୁଧ ନେବେ ନାହିଁ କିମ୍ବା ଫେରାଇ ନେବେ ନାହିଁ। କୌଣସି ଭ୍ରମିତ ଖବରରେ ଚକିତ ହୁଅନ୍ତୁ ନାହିଁ । କିମ୍ବା ଲମ୍ବା ଧାଡି ଲଗାନ୍ତୁ ନାହିଁ । ଯାହା ଆପଣଙ୍କ ଆକଉଣ୍ଟକୁ ଯାଇଛି, ଯେତେବେଳେ ଚାହିଁବେ ଖର୍ଚ୍ଚ କରି ପାରିବେ, ଡିଜିଟାଲି ଖର୍ଚ୍ଚ କଲେ ଆଉ ୫୦୦ ଟଙ୍କା ବୋନସ୍‌ ହିସାବରେ ମିଳିବ। ଡିଜିଟାଲ ବ୍ୟବହାର ଉପରେ ସରକାର ପ୍ରୋତ୍ସାହନ ଦେଉଛନ୍ତି । ପ୍ରାୟ ୨୫ ଲକ୍ଷ ୧୧ ହଜାର ମହିଳାଙ୍କ ପାଖକୁ ସୁଭଦ୍ରାର ପ୍ରଥମ କିସ୍ତି ଯାଇଛି, ଏବଂ ଏହି ଅର୍ଥ ମହିଳାଙ୍କ ନିଜସ୍ୱ । ମହିଳା ଯେଭଳି ଚାହିଁବେ ଟଙ୍କା ଖର୍ଚ୍ଚ କରି ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories