www.samajalive.in
Friday, December 12, 2025
27.1 C
Bhubaneswar

ପ୍ରଥମ ଟେଷ୍ଟ: ୩୭୬ରେ ଅଟକିଲା ଭାରତ ପାଳି, ବାଂଲାଦେଶ ୨୬/୩

ସମାଜ ଡିଜିଟାଲ ଡେସ୍କ: ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନରେ ଅଲଆଉଟ ହୋଇଯାଇଛି। ଏହା ପରେ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଥିବାବେଳେ ଆରମ୍ଭରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଛି। ପ୍ରଥମ ସେସନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ମାତ୍ର ୨୬ ରନରେ ୩ ଉଇକେଟ ହରାଇଛି।

ଗତକାଲି ପ୍ରଥମ ଦିବସରେ ଭାରତ ଆରମ୍ଭରୁ ବ୍ୟାଟିଂ ବିଫଳତାର ଶିକାର ହୋଇଥିଲା। ଏକଦା ଦଳ ମାତ୍ର ୧୩୪ ରନରେ ୬ ଉଇକେଟ ହରାଇ ଅଡୁଆ ପରିସ୍ଥିତିରେ ପଡ଼ିଥିଲା। କିନ୍ତୁ ଆର. ଅଶ୍ଵିନୀ ଏବଂ ରବୀନ୍ଦ୍ର ଜାଡ଼େଜା ଲଢୁଆ ବ୍ୟାଟିଂ କରି ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଜାଡେଜା ୮୬ ଏବଂ ଅଶ୍ଵିନୀ ୧୧୩ ରନ ସଂଗ୍ରହ କରିଥିଲେ। ବାଂଲାଦେଶ ବୋଲସ ହସନ ମହମ୍ମୁଦ ସର୍ବାଧିକ ୫ଟି ଏବଂ ତାସ୍କିନ ଅହମ୍ମଦ ୩ଟି ଉଇକେଟ ଅକ୍ତିଆର କରିଥିଲେ।

- Advertisement -

ଶୁକ୍ରବାର ୨ୟ ଦିବସରେ ଭାରତ ଅଲଆଉଟ ହେବା ପରେ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଥିଲା। ଭାରତୀୟ ଦ୍ରୁତ ବୋଲର ବୁମରା ଏବଂ ଆକାଶ ଦୀପ ଦଳକୁ ଆରମ୍ଭରୁ ସଫଳତା ଦେଇଥିଲେ। ଆକାଶ ଦୀପ ୨ଟି ଏବଂ ବୁମରା ଗୋଟିଏ ଉଇକେଟ୍‌ ନେଇଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories