www.samajalive.in
Sunday, December 7, 2025
14.1 C
Bhubaneswar

ତିରୁପତି ତିରୁମାଳା ମନ୍ଦିର ଭୋଗ ଲଡୁରେ ପଶୁ ଚର୍ବି, ମାଛ ତେଲ ମିଶିଥିବା ଅଭିଯୋଗ

ହାଇଦ୍ରାବାଦ : ପ୍ରସିଦ୍ଧ ତିରୁପତି ତିରୁମାଳା ମନ୍ଦିର ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛି । ବାଲାଜୀଙ୍କ ମନ୍ଦିରରେ ମିଳୁଥିବା ଲଡୁ ଭୋଗରେ ପଶୁ ଚର୍ବି ସହ ମାଛ ତେଲ ଆଦି ମିଶିଥିବା ନେଇ ଅଭିଯୋଗ ହୋଇଛି । ଜାତୀୟ ଡାଏରୀ ବିକାଶ ବୋର୍ଡ ଲଡୁରେ ଚର୍ବି ଥିବା ସ୍ପଷ୍ଟ କରିଛନ୍ତି । ରିପୋର୍ଟ ଅନୁଯାୟୀ, ତିରୁପତି ବାଲାଜୀରେ ଲଡୁ ଭୋଗ ପାଇଁ ମାଛ ତେଲ, ପଶୁ ଚର୍ବି ଆଦି ବ୍ୟବହୃତ ହେଉଛି । ଆଶ୍ଚର୍ଯ୍ୟ କଥା ହେଉଛି, ପ୍ରସାଦ କେବଳ ଭକ୍ତଙ୍କୁ ବଣ୍ଟାଯାଏ ତାହା ନୁହେଁ ବରଂ ଭଗବାନଙ୍କ ନିକଟରେ ମଧ୍ୟ ଏହି ଲଡୁ ଭୋଗ କରାଯାଏ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲଡୁରେ ପଶୁ ଚର୍ବି ଓ ମାଛତେଲ ଥିବା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଜଗନମୋହନ ରେଡ୍ଡୀ ସରକାରଙ୍କ ସମୟରେ ଲଡୁ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛ ତେଲ ରହିଥିଲା। ଏହାପରେ ଘିଅ ନମୁନା ଯାଞ୍ଚ ପାଇଁ ଗୁଜରାଟ ପଠା ଯାଇଥିଲା।

ମାତ୍ର ୩ ଦିନ ପରେ ବୁଧ କରିବେ ଚଳନ; ଏହି ରାଶିଙ୍କୁ କରିବେ ଧନବାନ୍‌, ସୁନା ଭଳି ଚମକିବ ଭାଗ୍ୟ..

- Advertisement -

ତିରୁପତି ବାଲାଜୀ ମନ୍ଦିରରେ ମିଳୁଥିବା ଏହି ଲଡୁର ପୂର୍ବରୁ ହିଁ ଖୁବ୍‌ ଚାହିଦା ରହି ଆସିଛି। ଏହି ଲଡୁ ଭୋଗ ବିନା ଭଗବାନଙ୍କ ଦର୍ଶନ ଅସମ୍ପୂର୍ଣ୍ଣ ବୋଲି ମଧ୍ୟ କୁହାଯାଏ। ଏହି ଲଡୁ ପ୍ରସ୍ତୁତ କରିବାର ଶୈଳୀ ଖୁବ୍‌ ଭିନ୍ନ। ଏହି ଲଡୁ ପ୍ରସ୍ତୁତ ପାଇଁ ଏକ ସ୍ୱତନ୍ତ୍ର ରୋଷେଇ ଘର ମଧ୍ୟ ରହିଛି । ପ୍ରଥମେ ଲଡୁ ତିଆରି କରିବା ପାଇଁ କାଠ ଚୁଲ୍ଲା ବ୍ୟବହାର କରାଯାଉଥିଲା । ମାତ୍ର ୧୯୮୪ ପରେ ଗ୍ୟାସର ବ୍ୟବହାର କରାଗଲା। ଦୈନିକ ୮ ଲକ୍ଷ ଲଡୁ ତିଆରି କରାଯାଏ ।

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

ଏମିତି ହୁଏ ତିଆରି..
ଏହି ଲଡୁ ତିଆରି କରିବା ପାଇଁ ବେସନ, କାଜୁ, କିଶମିଶ, ମିଶ୍ରି, ଘିଅ, ଗୁଜୁରାତି ଆଦି ମିଶାଯାଏ । ନିୟମିତ ଭୋଗ ତିଆରି କରିବା ପାଇଁ ୧୦ ଟନ ବେସନ, ୧୦ ଟନ ଚିନି, ୭୦୦ କେଜି କାଜୁ, ୧୫୦ କିଲୋ ଗୁଜୁରାତି, ୩୦୦ ରୁ ୪୦୦ ଲିଟର ଘିଅ, ୫୦୦ କିଲୋ ମିଶ୍ରି, ୫୪୦ କିଲୋ କିଶମିଶ ବ୍ୟବହାର କରାଯାଏ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories