www.samajalive.in
Thursday, December 11, 2025
18.1 C
Bhubaneswar

କରତାରପୁର କରିଡର, ୧୯୪୭ ଭୁଲର ପ୍ରାୟଶ୍ଚିତ : ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆଦିଲ୍ଲୀରେ ଦଶମ ଶିଖ ଗୁରୁ ଗୋବିନ୍ଦ୍‍ ସିଂହଙ୍କ ୩୫୨ତମ ଜୟନ୍ତୀ ଅବସରରେ ଏକ ସ୍ମାରକ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏହି ମହାନ୍‍ ଶିଖ ଗୁରୁଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ଜନ ସମାବେଶରେ ଉଦ୍‍ବୋଧନ ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅନେକ ପ୍ରୟାସ ପରେ କରତାରପୁର କରିଡର ନିର୍ମାଣ ହେବାକୁ ଯାଉଛି। ଏବେ ଭାରତୀୟମାନେ ସେଠାକୁ ଯାଇ ସ୍ବଚକ୍ଷୁରେ ଗୁରୁଦ୍ବାରା ସାହେବ ଦର୍ଶନ କରି ପାରିବେ। ତେବେ ଅଗଷ୍ଟ ୧୯୪୭ରେ ଯେଉଁ ଭୁଲ ହୋଇଥିଲା ଏହା ହେଉଛି ତାହାର ପ୍ରାୟଶ୍ଚିତ। ଏହି ମହାନ୍‍ ଶିଖ ଗୁରୁଙ୍କ ସବୁଠାରୁ ମହତ୍ବପୂର୍ଣ୍ଣ ସ୍ଥଳ ଆମଠାରୁ ମାତ୍ର କିଛି କିଲୋମିଟର ଦୂରରେ ଥିଲା କିନ୍ତୁ ତାହାକୁ ନିଜ ଅଧିନକୁ ଅଣାଯାଇ ପାରିଲା ନାହିଁ।

ଟ୍ୱିଟର ମାଧ୍ୟମରେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଅଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଜଣେ ବୀର, ସାହସୀ, ଯୋଦ୍ଧା, ଆତ୍ମବଳି ଓ ନିଷ୍ଠା ପାଇଁ ଗୁରୁ ଗୋବିନ୍ଦ ସିଂହଙ୍କୁ ଜଣେ ସ୍ୱର୍ଗୀୟ ବ୍ୟକ୍ତିତ୍ୱ ବୋଲି ବିବେଚନା କରାଯାଉଛି। ସେ କହିଛନ୍ତି ଯେତେବେଳେ ଗରିବ ଓ ଦୁର୍ବଳମାନଙ୍କର ସ୍ୱରକୁ ଚପାଇ ଦେବାପାଇଁ ଉଦ୍ୟମ ହୋଇଛି ସେତେବେଳେ ଗୁରୁ ଗୋବିନ୍ଦ ସିଂହ ଜୀ ତାଙ୍କର ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ଗରିବ ଲୋକମାନଙ୍କ ସପକ୍ଷରେ ସଂଗ୍ରାମ କରିଛନ୍ତି। ଗୁରୁ ଗୋବିନ୍ଦ ସିଂ ଦୁର୍ବଳ ଶ୍ରେଣୀର ସ୍ୱାର୍ଥ ରକ୍ଷାପାଇଁ ସଂଗ୍ରାମ କରିଥିଲେ। ମଣିଷର ଦୁଃଖ ଦୂର କରିବା ସବୁଠୁ ବଡ଼ ସେବା ବୋଲି ଗୁରୁ ବିଶ୍ୱାସ କରୁଥିଲେ। ତାଙ୍କର ବୀରତ୍ୱ, ତ୍ୟାଗ ଓ ଭକ୍ତିର ପଟାନ୍ତର ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

- Advertisement -

 

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories