www.samajalive.in
Thursday, December 11, 2025
15.1 C
Bhubaneswar

ସରକାରୀ ଆଦେଶକୁ ପ୍ରଧାନ ଶିକ୍ଷକଙ୍କ ଅବମାନନା ଅଭିଯୋଗ

ପାଟଣା : ସରକାରୀ ଆଦେଶକୁ ପାଟଣା ବ୍ଲକ ଅଞ୍ଚଳରେ ଜଣେ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅବମାନନା କରୁଥିବା ଅଭିଯୋଗ ହୋଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୧୯୯୧୨ ,୨୦୨୪ ମସିହା ଜୁଲାଇ ୧୬  ଅନୁଯାୟୀ ଯୁଗ୍ମ ନିର୍ଦ୍ଦେଶକଙ୍କ ଦସ୍ତଖତ ଥାଇ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଏକ ଚିଠି କରାଯାଇଥିଲା। ଯେଉଁଥିରେ ଓଡ଼ିଶା ଶିକ୍ଷା ନିୟମାବଳୀ ୨୮ ଅନୁଯାୟୀ ସମସ୍ତ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ବିଧାୟକ ମାନଙ୍କ ପ୍ରତିନିଧିଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନୁଯାୟୀ ପାଟଣାର ନବ ନିର୍ବାଚିତ ବିଧାୟକ ଅଖିଳ ଚନ୍ଦ୍ର ନାଏକ ସରାସକୋଲାର  ଯତୀନ୍ଦ୍ର ନାଥ ଦାଶଙ୍କୁ ସରାସକୋଲା ଉଚ୍ଚ ବିଦ୍ୟାଳୟ ପାଇଁ ନିଜର ପ୍ରତିନିଧି ମନୋନୀତ କରିଥିଲେ। ଏହା ସତ୍ତ୍ୱେ ତାଙ୍କୁ ବିଦ୍ୟାଳୟ ପରିଚାଳନା କମିଟିରେ ପ୍ରଧାନ ଶିକ୍ଷକ ସାମିଲ କରୁନଥିବା ଶ୍ରୀ ଦାଶ ଅଭିଯୋଗ ଆଣିଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories