www.samajalive.in
Saturday, December 13, 2025
26.1 C
Bhubaneswar

ଭାଗବତ ଜନ୍ମ ଉତ୍ସବ ପାଳିତ

କଳାପଥର: ଆଜି ପବିତ୍ର ଭାଗବତ ଜନ୍ମ ଅବସରରେ ରଣପୁର ଜଳେଶ୍ୱର ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ରବିନ୍ଦ୍ର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ଅତିଥିଭାବେ ନିଖିଳ ଓଡ଼ିଶା ଭାଗବତ ପ୍ରସାର ପ୍ରଚାର ସମିତି ଉପଦେଷ୍ଟା ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦେଇ ଭାଗବତ ମହିମା ସଂପର୍କରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ଭାଗବତ ମଣ୍ଡଳୀ ଦ୍ୱାରା ଭାଗବତ ଗାନ ଓ ଭଜନ କରାଯାଇଥିଲା।

ସେହିପରି ବାଆଁରାସ୍ଥିତ ଶ୍ରୀ ସୁବୁଦ୍ଧେଶ୍ୱର ପୀଠରେ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ଭାଗବତ କମିଟି ସଦସ୍ୟ ଦୁଷ୍ମନ୍ତ ବଳ, ହିରଣ୍ୟ ପାତ୍ର ଓ ବିଜୟ ପ୍ରଧାନ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ। କୂଅମଡା ଗ୍ରାମର ଶ୍ରୀ ଶନିଶ୍ଚରଙ୍କ ପୀଠ ଏବଂ ବାଆଁରାସ୍ଥ ଚୂନପିଣ୍ଡାଠାରେ ଭାଗବତ ଜନ୍ମ ପାଳିତ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories