www.samajalive.in
Friday, December 12, 2025
14.1 C
Bhubaneswar

ବିର୍ଲ୍ଲା ଗ୍ଲୋବାଲ ୟୁନିଭର୍ସିଟି ଓ ପିଆର୍ସିଆଇର ମିଳିତ ସହଯୋଗରେ ଜାତୀୟ କର୍ମଶାଳା

ଆୟୋଜିତ
ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ଭୁବନେଶ୍ୱର ଏବଂ ପବ୍ଲିକ ରିଲେସନ୍ସ କାଉନସିଲ ଅଫ୍ ଇଣ୍ଡିଆ (ପିଆର୍ସିଆଇ)ର ମିଳିତ ସହଯୋଗରେ “ରିଡିଫାଇନିଂ ପବ୍ଲିକ ରିଲେସନ୍ସ ଇନ୍ ଦି ଚେଜିଂ ଏନଭର୍ଣ୍ଣମେଣ୍ଟ” ବିଷୟ ସମ୍ପର୍କିତ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଯାଇଛି।

ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହିତ ୟୁନିଭର୍ସିଟିର କୂଳଗୀତ ପରିବେଷଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପିଆର୍ସିଆଇର ଅଧ୍ୟକ୍ଷ ଡଃ ଅଶୋକ କୁମାର ପଣ୍ଡା ତଥା ଜାତୀୟ କର୍ମଶାଳାର ସଂଯୋଜକ ସ୍ୱାଗତ ଭାଷଣ ଦେଇଥିବା ସହ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପିଆର୍ସିଆଇର ମିଶନକୁ ଆଗକୁ ବଢାଇବାରେ କନକ୍ଲେଭର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।

- Advertisement -

ମୁଖ୍ୟ ଅତିଥି ତଥା ବିଜିୟୁ କୂଳପତି ପ୍ରଫେସର ପି.ପି. ମାଥୁର ଶିକ୍ଷା, ଯୋଗାଯୋଗ ଓ ଲୋକ ସମ୍ପର୍କ ମଧ୍ୟରେ ଥିବା ସଂଯୋଗର ପ୍ରତିଫଳନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପିଆର୍ସିଆଇର ବରିଷ୍ଠ କାର୍ଯ୍ୟକାରିଣୀ ସଭାପତି ଆର୍ ଏନ୍ ମହାପାତ୍ର ଲୋକ ସମ୍ପର୍କ ଉପରେ ନିଜର ଦୃଷ୍ଟିକୋଣ ବାଣ୍ଟିଥିବା ସହ ଏହା ଉପରେ ପିଆର୍ସିଆଇର ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ପିଆର୍ସିଆଇର ନ୍ୟାଶନାଲ ପ୍ରେସିଡେଣ୍ଟ ଗିତା ଶଙ୍କର, ପିଆର୍ସିଆଇର ଚେୟାରମ୍ୟାନ ତଥା ମୁଖ୍ୟ ମେଣ୍ଟର ଏମ୍ ବି ଜୟରାମ, ବିଜିୟୁ କୁଳପତି ପ୍ରଫେସର ପି.ପି ମାଥୁର, ସ୍ୁଲ ଅଫ୍ କମ୍ୟୁନିକେସନର ଆସୋସିଏଟ ଡିନ୍ ଡଃ ଶିବ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୁପେ ଓ ଭୁବନେଶ୍ୱର ନିଫ୍ଟ ଡାଇରେକ୍ଟର ରାଜେଶ ଝା ସମ୍ମାନୀତ ଅତିଥି ରୁପେ ଉଦ୍ୟାପନୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଏଥିରେ ବିଜିୟୁ ରେଜିଷ୍ଟ୍ରାର ପ୍ରଫେସର ବି.କେ ଦାସ, ପିଆର୍ସିଆଇର ଡାଇରେକ୍ଟର ତଥା ସେକ୍ରେଟାରୀ ଡଃ ବିନୟ କୁମାର ମଧ୍ୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ବିଜିୟୁର ଆସିଷ୍ଟାଣ୍ଟ ପ୍ରଫେସର ଜ୍ଞାନରଞ୍ଜନ ମିଶ୍ର କନ୍କ୍ଲେଭର ସାରାଂଶ ପ୍ରଦାନ କରିଥିଲେ। ପିଆର୍ସିଆଇ ଜେନେରାଲ ସେକ୍ରେଟାରୀ ନିରାକାର ଦାସ ଧନ୍ୟବାଦ ଅର୍ପଣ କରଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories