www.samajalive.in
Friday, December 12, 2025
14.1 C
Bhubaneswar

ସିଦ୍ଧେଶ୍ବର ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଅମର୍ଦ୍ଦାରୋଡ଼: ବସ୍ତା ବ୍ଲକ୍ ଅମର୍ଦ୍ଦାରୋଡ଼ସ୍ଥିତ ସିଦ୍ଧେଶ୍ଵର ମହାବିଦ୍ୟାଳୟରେ ସୃଷ୍ଟ ଛାତ୍ର ଅଶାନ୍ତି ଓ ବର୍ଷା ପାଣି ପଶିବା ପ୍ରସଙ୍ଗରେ ମଙ୍ଗଳବାର ପୂର୍ବାହ୍ଣରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ହେମନ୍ତ କୁମାର ଘଡ଼ାଇ ଅଚାନକ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣା ସମ୍ବନ୍ଧରେ ଅଧ୍ୟକ୍ଷା ଓ ଅଧ୍ୟାପକଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅନୁଧ୍ୟାନ ସମୟରେ ଅମର୍ଦ୍ଦାରୋଡ଼ ହାଟପଡ଼ିଆ ମାର୍କେଟ କମ୍ପ୍ଲେକ୍ସ ପଛ ପାରି ଓ ପୁରୁଣା ବାଳିକା ହଷ୍ଟେଲ ପାର୍ଶ୍ବ ପୋଖରୀର ଉଛୁଳା ଜଳ ମହାବିଦ୍ଯା ଳୟର ଅଧ୍ୟକ୍ଷା, ମୁଖ୍ୟ କିରାଣିଙ୍କ କାର୍ଯ୍ୟାଳୟ, ଆକାଉଣ୍ଟ ସେକ୍ସନ ଓ ପରୀକ୍ଷା ବିଭାଗରେ ପଶି ଜରୁରୀ କାଗତପତ୍ର ନଷ୍ଟ ହୋଇଥିବା ଜଣାପଡ଼ିଥିଲା।

ସେହିଭଳି ନିର୍ମାଣଧିନ ୫ଟି ରୂପାନ୍ତରଣ ଦୁଇ ମହଲା କୋଠାରିର ତଳ ବାରଣ୍ଡା ଠାରୁ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସହ ଅନ୍ୟ ବିଭାଗର ବାରଣ୍ଡା ନିଚ୍ଚା ହୋଇଥିବାରୁ ବର୍ଷାଜଳ ସହଜରେ ପ୍ରବେଶ କରୁଛି। ଏଣୁ ତୁରନ୍ତ ମୁଖ୍ୟ ଗ୍ରୀଲ ପାଖରେ ଇଟା ଯୋଡ଼ି କରି ପାଣିକୁ ଆବଦ୍ଧ କରିବା,ବର୍ଷା ଦିନ ପରେ ପଡ଼ିଆକୁ ଉନ୍ନତ କରିବା,ପରିଚାଳନା କମିଟି ଜରିଆରେ ଉନ୍ନୟନ କମିଟି ଗଠନ କରି ନ୍ୟୁନତମ ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରିବା, ଡ଼୍ରେନରେ ଜମିଥିବା ମଇଳା ପାଣିକୁ ତୁରନ୍ତ ନିଷ୍କସନ କରିବା ଲାଗି ଅଧ୍ୟକ୍ଷା ରୀତା ନାଏକଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସେହିଭଳି ୫ଟି କାମରୁ ବାହାରିଥିବା ଟାଇଲ ଟୁକୁରା ଖଣ୍ଡ ଏଣେତେଣେ ପଡ଼ିଥିବାରୁ ସେଗୁଡ଼ିକୁ ଆଗାମୀ ୧୫ ଦିନ ମଧ୍ୟରେ ହଟାଇବା ଲାଗି ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories