www.samajalive.in
Friday, December 12, 2025
27.1 C
Bhubaneswar

ବ୍ୟବସାୟିକ ଭିତ୍ତିରେ ଉତ୍ପାଦନ ହେବ ଛତୁ, ପରିବା

ଭୁବନେଶ୍ବର: ରାଜ୍ୟରେ ବ୍ୟବସାୟିକ ଭିତ୍ତିରେ ଛତୁ ଓ ପରିବା ଉତ୍ପାଦନ ହେବ। ଉଦ୍ୟାନକୃଷି ଓ ମିଶନ ଶକ୍ତି ନିର୍ଦେଶାଳୟର ମିଳିତ ସହଯୋଗରେ ଏହା କାର୍ଯ୍ୟକାରୀ ହେବ। ଏଥିନିମନ୍ତେ ଉଦ୍ୟାନକୃଷି ବିଭାଗ ପକ୍ଷରୁ ଏକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଖାଦ୍ୟ ନିରାପତ୍ତା ଓ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟକ୍ରମ ହାତକୁ ନିାଯାଇଛି। ଉଦ୍ୟାନକୃଷି ନିର୍ଦେଶାଳୟର ନିର୍ଦେଶକ ଏଥିନେଇ ମିଶନ ଶକ୍ତି ନିର୍ଦେଶାଳୟର ସହଯୋଗ ଲୋଡ଼ିଛନ୍ତି। ଏଥିପାଇଁ ୧୭୬୭ଲକ୍ଷ ଟଙ୍କା ବିନିଯୋଗ ହେବ ବୋଲି ଜଣାପଡ଼ିଛି। ଏହି ଉଦ୍ୟୋଗରେ ପ୍ରାୟ ୯ହଜାର ମହିଳା ଏସଏଚଜିର ୯୦ ହଜାର ମହିଳାଙ୍କୁ ସାମିଲ କରାଯିବ। ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ରାଜ୍ୟର ଏବେ ଛତୁ ପ୍ରତି ଚାହିଦା ବଢ଼ିଛି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ପାଳ ବା ଛଣରୁ ଉତ୍ପାଦିତ ଛତୁର ଅଧିକ ଚାହିଦା ରହିଛି। ପ୍ରାୟ ୨୧ଦିନ ଅବଧିରେ ଉତ୍ପାଦିତ ହେଉଥିବା ଏହି ଛତୁ ଏବେ ବ୍ୟବସାୟିକ ଭିତ୍ତିରେ ବର୍ଷକୁ ୧୦ମାସ ଚାଷ କରାଯାଉଛି। ଏହାଛଡ଼ା ଓଏଷ୍ଟର ଛତୁ ମଧ୍ୟ ଚାଷ ହେଉଛି ଯାହା ୪୫ଦିନ ଭିତରେ ଉତ୍ପାଦିତ ହେଉଛି। ତେବେ ପାଳରୁ ଉତ୍ପାଦିତ ଛତୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଭଲ ରହୁଥିବାବେଳେ ଓଏଷ୍ଟର ଛତୁ ୨୪ଘଣ୍ଟା ପର୍ଯ୍ୟନ୍ତ ସତେଜ ରହିପାରୁଛି। ଓଏଷ୍ଟର ଛତୁର ଅମଳ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ବ୍ୟବସ୍ଥା ରହିଛି।
ବିଭାଗ ପକ୍ଷରୁ ବ୍ୟବସାୟିକ ଭିତ୍ତିରେ ଛତୁ ଉତ୍ପାଦନ ପଛରେ ଲକ୍ଷ୍ୟ ହେଉଛି ଉତ୍ପାଦନ ବୃଦ୍ଧି ସହିତ, କୃଷକଙ୍କ ଆୟ ବଢ଼ାଇବା। ଏହା ମାଧ୍ୟମରେ ଗ୍ରାମୋଦ୍ୟୋଗୀ ସୃଷ୍ଟି କରାଯିବା ସହିତ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଜୀବିକାର୍ଜନର ପନ୍ଥା ମିଳିପାରିବ। ଅନୁରୂପ ଭାବେ ପନିପରିବା ଚାଷ ଉପରେ ମଧ୍ୟ ଉଦ୍ୟାନ କୃଷି ଗୁରୁତ୍ବ ଦେଇଛି। କମ ଖର୍ଚ୍ଚରେ ଅଧିକ ଉତ୍ପାଦନ, ଚାହିଦା ପୂରଣ, ଘର ପାଖରେ ତାଜା ପରିବା ଉତ୍ପାଦନ, ବଜାର ସୃଷ୍ଟି ଓ ପୁଷ୍ଟି ନିରାପତ୍ତା ନିମନ୍ତେ ଏଥିପ୍ରତି ଜୋର ଦିଆଯାଉଛି।
ଆଗାମୀ ଦୁଇ ବର୍ଷ ଭିତରେ ଏହି ଯୋଜନା ଜରିଆରେ ୯ହଜାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସଏଚଜି)ଙ୍କ ସହଯୋଗରେ ୯୦ହଜାର ମହିଳାଙ୍କୁ ନିୟୋଜିତ କରାଯିବାର ଲକ୍ଷ୍ୟ ରହିଛି। ଉଦ୍ୟାନକୃଷି ଉପନିର୍ଦେଶକଙ୍କ ଜରିଆରେ ଏଥିପାଇଁ ପାଣ୍ଠି ସହାୟତା ​‌େ​‌ଯାଗାଇଦେବାର ବ୍ୟବସ୍ଥା ହୋଇଥିବାବେଳେ ମିଶନ ଶକ୍ତି ନିର୍ଦେଶାଳୟ ଜରିଆରେ ମହିଳା ସ୍ବୟଂସହାୟିକା ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ ମାଧ୍ୟମରେ ଛତୁ ଓ ପନିପରିବା ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଏଥିପାଇଁ ସମବାୟ ବ୍ୟାଙ୍କ ଜରିଆରେ ଋଣ ଯୋଗାଇଦେବାର ବ୍ୟବସ୍ଥା ହୋଇଛି। କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକମାନେ ଏସବୁ କାର୍ଯ୍ୟର ତଦାରଖ କରିବେ। ଛତୁ ଉତ୍ପାଦନରେ ୩୦୦୦ ମହିଳା ଏସଏଚଜିଙ୍କୁ ନି​‌ୟୋଜିତ କରାଯିବ। ବ୍ଲକ ପିଛା ୨୦ଜଣ ମହିଳାଙ୍କୁ ଏଥିପାଇଁ ତାଲିମ ପ୍ରଦାନ କରାଯିବ। ସେହିପରି ପନିପରିବା ଉତ୍ପାଦନ ନିମନ୍ତେ ବ୍ଲକ ପିଛା ୪୦ଜଣ ମହିଳାଙ୍କୁ ତାଲିମ ଦିଆଯିବ। ୬୦୦୦ ମହିଳା ଏସଏଚଜିଙ୍କୁ ଏଥିରେ ନିୟୋଜିତ କରାଯିବ। ଚଳିତବର୍ଷରୁ ଆରମ୍ଭ ହେଉଥିବା ଏହି ପ୍ରକଳ୍ପ ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହା ସଫଳ ହେଲେ ଉକ୍ତ ପ୍ରକଳ୍ପକୁ ସମ୍ପ୍ରସାରଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories