www.samajalive.in
Friday, December 12, 2025
15.1 C
Bhubaneswar

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ମା ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ୱର ଠାରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଧାନସଭାରେ ବିରୋଧି ଦଳର ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ସ୍ଥାନୀୟ ଧନୁପାଲି ଠାରେ ଆୟୋଜିତ ଧନୁପାଲି ଆଞ୍ଚଳିକ ନୂଆଁଖାଇ ଭେଟଘାଟ ତିହାର ୨୦୨୪ ର ଉଦଘାଟନୀ ଅବସରରେ ମୁଖ୍ୟ ଅତିଥି ରୂପେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ଦେବାଶିଷ ପୁରୋହିତ ଓ ବ୍ରଜ ଗିରିରାଜ ସେବା ସଂସ୍ଥାନ ଟ୍ରଷ୍ଟର ସଭାପତି ସୌରଭ ରଞ୍ଜନ ମହାପାତ୍ର ଭୁବନେଶ୍ୱର ଠାରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ।

ବିଭିନ୍ନ ରାଜ୍ୟର ରାଜଧାନୀରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ରହିଥିବା ବେଳେ ଓଡିଶାର ରାଜଧାନୀ ଭୁବନେଶ୍ୱର ଠାରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ନ ଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ଅଟେ। ଏଣୁ ଟ୍ରଷ୍ଟ ତରଫରୁ ମା’ ସମଲେଶ୍ୱରୀଙ୍କ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ମନ୍ଦିର ନିର୍ମାଣ କରିବାକୁ ଚାହୁଁଛୁ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ନିକଟରେ ପ୍ରସ୍ତାବ ରଖାଯାଇଥିଲା। ପ୍ରସ୍ତାବର ଉତ୍ତରରେ ଶ୍ରୀ ପୂଜାରୀ କହିଥିଲେ ଯେ, ସରକାରୀ ସ୍ତରରେ ଭୁବନେଶ୍ୱର ଠାରେ ଆବଶ୍ୟକ ଜମି ସହିତ ସମସ୍ତ ପ୍ରକାରର ସହଯୋଗ କରାଯିବ। ଉଦଘାଟନୀ ଉତ୍ସବରେ ଶ୍ରୀ ପୂଜାରୀଙ୍କ ଘୋଷଣା ସମ୍ପର୍କରେ ଉଦଯାପନୀ ଉତ୍ସବରେ ବିରୋଧି ଦଳର ଉପ ନେତା ଶ୍ରୀ ଆଚାର୍ଯ୍ୟଙ୍କୁ ଜଣାଇବା ସହିତ ତାଙ୍କୁ ମାଁ ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତାବ ଦିଆଯିବାରୁ ସେ ମଧ୍ୟ ଭୁବନେଶ୍ୱର ଠାରେ ମନ୍ଦିର ନିର୍ମାଣ ସକାଶେ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ମଞ୍ଚରୁ ଘୋଷଣା କରିଥିଲେ।

- Advertisement -

ଆଦିତ୍ୟ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ୨ ଦିନଆ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ପ୍ରଥମେ ପ୍ୟାରି ମୋହନ ପ୍ରଧାନଙ୍କ ବାସଭବନରୁ ପାହୁର ଭାର ଆଣିବା ପାଇଁ କମିଟିର ସଂଯୋଜକ ଦେବାଶିଷ ପୁରୋହିତ, ସୌରଭ ରଞ୍ଜନ ମହାପାତ୍ର, ସଭାପତି ସଞ୍ଜୟ ମିଶ୍ର, ସଞ୍ଜୀବ ପାଢ଼ୀ, ଦୁଷ୍ମନ୍ତ ପଣ୍ଡା, ସୁରଜ କୁମାର ଗୁରୁ, ସନ୍ତୋଷ ରାୟଗୁରୁ ପ୍ରମୁଖ ଏକ ଶୋଭାଯାତ୍ରାରେ ଯାଇ ପାହୁର ଭାର ଆଣିଥିଲେ। ଏଥି ସହ ବରିଆ ରୂପେ ଚୈତନ୍ୟ ନାୟକ ଓ ପ୍ୟାରି ମୋହନ ପ୍ରଧାନଙ୍କୁ ଗଅଁତିଆ ରୂପେ ବରଣ କରାଯାଇ ସପରିବାରଙ୍କୁ ଏକ ଭବ୍ୟ ରୋଷଣୀରେ କାର୍ଯ୍ୟକ୍ରମସ୍ଥଳକୁ ଅଣା ଯାଇଥିଲା। ମାଁ ସମଲେଶ୍ୱରୀଙ୍କ ବିଧି ପୂର୍ବକ ପୂଜାର୍ଚ୍ଚନା କରାଯିବା ପରେ ନୂଆଁ ଚାଉଳ ଭୋଗ ଲାଗି ହୋଇଥିଲା।

ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ପ୍ରସନ୍ନ ଆଚାର୍ଯ୍ୟଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା। ଏହି ଅବସରରେ ସମାଜସେବାର ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ଡା. ବିଶ୍ୱନାଥ ମିଶ୍ର, ବ୍ରଜେନ୍ଦ୍ର ନାୟକ ଓ ସତ୍ୟ ନାରାୟଣ ମେଣ୍ଢଲୀଙ୍କୁ ମାନପତ୍ର ଦିଆଯାଇ ସମ୍ମାନୀତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ବିଗତ ବର୍ଷ ଗୁଡିକରେ ‘ଜିଇଁ ଥିଲେ ବରଷେ’ କାର୍ଯ୍ୟକ୍ରମକୁ ପ୍ରତି ବର୍ଷ ଆୟୋଜିତ କରୁଥିବା ଉଦ୍ୟୋକ୍ତା ଅଶୋକ ପଟ୍ଟନାୟକ, ପ୍ରବୀର ମିଶ୍ର, ପ୍ରଶାନ୍ତ ମାଝୀ, ସଞ୍ଜୀବ ପାଢ଼ୀ, ସଞ୍ଜୀବ ସାନବଡ, ଶରତ ପାଢ଼ୀ, ସଞ୍ଜୟ ମିଶ୍ର, ସରୋଜ ସାହୁ, ସଞ୍ଜୟ ପ୍ରସାଦ, ସୁଶାନ୍ତ ପାଢ଼ୀ, ଜୟକିଶୋର ଜାଲ, ବଳରାମ ହୋତା, ମହେଶ ପଟେଲ, ସୁମନ୍ତ ପାଢ଼ୀ, ଗିରିଶ ଚନ୍ଦ୍ର ଜାଲ, ଆଦିତ୍ୟ ପାଣିଗ୍ରାହୀ, ଅପୂର୍ବ ମାଝୀ, ଜଗନ୍ନାଥ ବେହେରା, ସୁଦାମ ପଣ୍ଡା, ସନ୍ତୋଷ ରାୟଗୁରୁ, ପ୍ରଶାନ୍ତ ରାୟଗୁରୁ ଓ ଦୀପକ ଚଇନିଙ୍କୁ ସମ୍ମାନୀତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଦୁର୍ଗା ପ୍ରସାଦ ଦାସଙ୍କ ରଙ୍ଗଫରୁଆ, ଆଲୋକ ପଣ୍ଡାଙ୍କ ସମ୍ବଲପୁର ଫୋକ ଆଣ୍ଡ ଆର୍ଟ କେନ୍ଦ୍ର ଏବଂ ମହେଶ ପଟେଲଙ୍କ ନଟରାଜ ସମ୍ବଲପୁର ଅନୁଷ୍ଠାନ ଗୁଡିକ ପକ୍ଷରୁ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ସଭାପତି ସଞ୍ଜୟ ମିଶ୍ର, ସଞ୍ଜୀବ ପାଢ଼ୀ, ଦୁଷ୍ମନ୍ତ ପଣ୍ଡା, ମମତା ପଣ୍ଡା, ପ୍ରଶାନ୍ତ ଥାପା, ସୁରଜ କୁମାର ଗୁରୁ, ସନ୍ତୋଷ ରାୟଗୁରୁ, ଚୈତନ୍ୟ ନାୟକ, ସୌରଭ ରଞ୍ଜନ ମହାପାତ୍ର, ସୁରେନ୍ଦ୍ର ଖଟେଇ, ତର୍ପଣ ପ୍ରଧାନ, ସଞ୍ଜୀବ ପାଣିଗ୍ରାହୀ, ଦିଲୀପ ମହାନନ୍ଦ, ଅଭିଳାଷ ସ୍ୱାଇଁ ଓ ସୌରଭ ପଣ୍ଡା ଙ୍କ ସମେତ ସଦସ୍ୟ ସଦସ୍ୟା ମାନେ ସକ୍ରିୟ ସହଯୋଗ କରିଥିଲେ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories