Patra electronics

ବିଶ୍ୱର ବୟସ୍କ କୁମ୍ଭୀର – ହେନରୀ

ଡେସ୍କ: ୧୨୩ ବର୍ଷ ବୟସରେ ହେନରୀ ହେଉଛି ବିଶ୍ୱର ସବୁଠାରୁ ବୟସ୍କ ଜୀବିତ କୁମ୍ଭୀର। ତାର ଓଜନ ୭୦୦ କିଲୋଗ୍ରାମ ଏବଂ ଲମ୍ବ ୧୬ ଫୁଟ୍। ହେନରିର ଆକାର ବିଶାଳ। ସେ ଦକ୍ଷିଣ ଆଫ୍ରିକାରେ ରହେ।

ହେନରୀ ନୀଳ ନଦୀ କୁମ୍ଭୀର ଏବଂ ସେ ମାରାତ୍ମକ ପ୍ରକୃତି ପାଇଁ ଜଣାଶୁଣା। ସେ ୩୦ ବର୍ଷ ଧରି ଦକ୍ଷିଣ ଆଫ୍ରିକାର ସ୍କଟବର୍ଗରେ ବନ୍ଦୀ ଅବସ୍ଥାରେ ରହିଥିବା ଜଣାପଡିଛି। ୧୯୦୦ ମସିହା ଡିସେମ୍ବର ୧୬ ତାରିଖରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ ବୋତ୍ସୱାନାର ଓକାଭାଙ୍ଗୋ ଡେଲ୍ଟାରେ ହେନରୀ ଜନ୍ମଗ୍ରହଣ କରିଥିଲା। ହଣ୍ଟର ସାର୍ ହେନରୀ ନ୍ୟୁମ୍ୟାନ୍ ହେନରିଙ୍କୁ ହତ୍ୟା କରିବା ପରିବର୍ତ୍ତେ ନିଜ ଅକ୍ତିଆରକୁ ଆଣିଥିଲେ। ସେ କୁମ୍ଭୀରଟିର ନାମ ନିଜ ନାମରେ ରଖିଥିଲେ। ହେନରୀ ଏକଦା ବୋତ୍ସୱାନାରେ ସ୍ଥାନୀୟ ଜନଜାତିଙ୍କ ପିଲାମାନଙ୍କୁ ଶିକାର କରିଥିଲା। ଭୟଙ୍କର ଦାନ୍ତ ଓ ବୃହତ ଆକାର ପାଇଁ ହେନରୀକୁ ସମସ୍ତେ ଭୟ କରୁଥିଲେ।

Comments are closed.