Patra electronics

ଅଟୋ ଓ ସ୍କୁଟି ସହ ଗଞ୍ଜେଇ ଜବତ, ୩ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ ଅଟୋ, ସ୍କୁଟି ସହ ୧୪ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୩ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ପୁଲିସର ସୂଚନା ଅନୁସାରେ ଶନିବାର ଫୁଲବାଣୀ-ବାଲିଗୁଡା ମୁଖ୍ୟ ରାସ୍ତାର ଫିରିଙ୍ଗିଆ ଥାନା ମୁଣ୍ଡାସାହି ନିକଟରେ ରାସ୍ତା ଉପରେ କିଛି ବ୍ୟକ୍ତି ସ୍କୁଟିରେ ଗଞ୍ଜେଇ ଆଣି ଏକ ଅଟୋରେ ବୋଝେଇ କରୁଥିଲେ। ଠିକ ଏହି ସମୟରେ ଖବରପାଇ ଫିରିଙ୍ଗିଆ ପୁଲିସ ସମ୍ପୃକ୍ତ ଅଟୋ ଓ ସ୍କୁଟି ଉପରେ ଚଢ଼ାଇ କରି ୧୪ କିଲୋ ଗଞ୍ଜେଇ ସହ ଜବତ କରିଥିଲେ। ପୁଲିସ ୩ ଜଣକୁ ଗିରଫ କରିଥିଲେ। ୩ ଜଣ ମଧ୍ୟ୍ୟରୁ ୨ ଜଣ ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତ ଜଗାରପଦର ଗାଁର ସଞ୍ଜୟ କହଁର ଓ ତ୍ରିନାଥ ଦିଗାଲ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟଜଣେ ଜାର୍ଗିପଦର ଗାଁର ବିପ୍ଳବ ଦିଗାଲ ବୋଲି ଜଣାପଡ଼ିଛି।

ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୧୮୯/୨୪ ରେ ଏକ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରାଦନ ସୂଚନା ଦେଇଛନ୍ତି।

ଅନୁରୂପ ଭାବରେ ଶନିବାର ସନ୍ଧ୍ୟା ସମୟରେ ଫିରିଙ୍ଗିଆ ପୁଲିସ ପାଟ୍ରୋଲିଂ  କରୁଥିବା ସମୟରେ ଫିରିଙ୍ଗିଆ ଥାନା ନୂଆପଦର ପଞ୍ଚାୟତ କାଳିପଙ୍ଗା ଗାଁ ନିକଟରେ ଜଣେ ବ୍ୟକ୍ତି କାନ୍ଧରେ ଗଞ୍ଜେଇ ଧରି ଚାଲିଚାଲି ଯାଉଥିବା ସମୟରେ ଅଟକାଇ ଥିଲେ । ପୁଲିସକୁ ଚକମା ଦେଇ ବ୍ୟକ୍ତିଜଣକ ଫେରାର ହୋଇଯାଇଥିଲା। ଏହି ଘଟଣାରେ ପୁଲିସ ୨୧ କେଜି ଗଞ୍ଜେଇକୁ ଜବତ କରିଥିବା ବେଳେ ଏହି ଘଟଣାରେ ମଧ୍ୟ ୧୮୮/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

 

Comments are closed.