ରେଙ୍ଗାଲିକ୍ୟାମ୍ପ: ନୂଆଦିଲ୍ଲୀ ସ୍ଥିତ ଭାରତ ସ୍କାଉଟ ଗାଇଡ ର ଜାତୀୟ ମୁଖ୍ୟ କାର୍ଯ୍ୟାଳୟରେ ଦୀର୍ଘ ସାତ ଦିନ ଧରି ଜାତୀୟ ସ୍ତରୀୟ କାମ୍ୟୁନିଟି ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ୧୬ ଜଣ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଗାଇଡ ପକ୍ଷରୁ ଦୁଇଜଣ ପ୍ରତିନିଧିତ୍ଵ କରିଥିଲେ ।ତନ୍ମଧ୍ୟରୁ ବରଗଡ଼ ଜିଲା ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ,ଟୋପ ର ବିଜ୍ଞାନ ଶିକ୍ଷୟତ୍ରୀ, ଗାଇଡ କ୍ୟାପଟେନ ତଥା ସମାଜ ସେବୀ ପ୍ରକୃତି ବନ୍ଧୁ ଅନସୂୟା୍ ଦେବତା ଯୋଗ ଦେଇ ସଙ୍ଗୀତ ଶିକ୍ଷା କରି ସେଥିରେ କୃତିତ୍ୱ ଲାଭ କରି ମାନପତ୍ର ପ୍ରାପ୍ତ କରିଥିଲେ ।
ମାନ୍ୟତା ପ୍ରାପ୍ତ ଭାଷା ଗୁଡ଼ିକୁ ସମ୍ମାନ ଜଣାଇ ସଙ୍ଗୀତ ମାଧ୍ୟମରେ ସମସ୍ତ ଭାରତୀୟଙ୍କ ମଧ୍ୟରେ ବିଶ୍ଵ ଭାତୃତ୍ୱର , ଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଥିଲା। ଏଥିରେ ହିନ୍ଦୀ, ମରାଠୀ, ମାଲାୟାଲାମ, ଉର୍ଦ୍ଦୁ, ଖାସି, ନେପାଳୀ, ଆସାମୀ, ତେଲୁଗୁ ଆଦି ଭାଷାରେ କମ୍ୟୁନିଟି ସଙ୍ଗୀତ ଶିକ୍ଷା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ର ଉଦଘାଟନୀ ଉତ୍ସବରେ ଭାରତ ସ୍କାଉଟ୍ ଗାଇଡ ର ନିର୍ଦ୍ଦେଶିକା ଦର୍ଶନା ପାଭାସ୍କର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉପ ନିର୍ଦ୍ଦେଶକ ଅରୁପ ସରକାର, ଉପ ନିର୍ଦ୍ଦେଶକ ସ୍କାଉଟ୍ ଅମର ,ବି, ଛେତି, ଉପ ନିର୍ଦ୍ଦେଶକ ଗାଇଡ ସୁରେଖl ଶ୍ରୀବାସ୍ତବ, ସହକାରୀ ନିର୍ଦ୍ଦେଶକ ବାବଲୁ ଗୋସ୍ୱାମୀ, ସିଭାଙ୍ଗି ସକ୍ସେନା ଓ କୁମୁଦ ମେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉପ ନିର୍ଦ୍ଦେଶକ ଅରୁପ ସରକାର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ର ମୁଖ୍ୟ ଥିଲେ। ତାମିଲନାଡୁ ର ମିନାକ୍ଷୀ ବିଶ୍ୱନାଥନ, ଉତ୍ତର ପ୍ରଦେଶ ର ଅଞ୍ଜନି କୁମାର ମିଶ୍ର, ଏମ୍, ପି , ଠାକୁର, ମଧ୍ୟ ପ୍ରଦେଶ ର ରେଖା ଭଦୋରିଆ ପ୍ରମୁଖ ସଙ୍ଗୀତ ଶିକ୍ଷା ଦେଇଥିଲେ । ଜାତୀୟ ମୁଖ୍ୟ କାର୍ଯ୍ୟାଳୟ, ଭାରତ ସ୍କାଉଟ୍ ଗାଇଡ ର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।
Comments are closed.