Patra electronics

ସରିଲା ଖୁଦୁରୁକୁଣି ଓଷା, ଭକ୍ତିଭାବରେ କମ୍ପିଲା ପରିବେଶ

ଭୁବନେଶ୍ୱର:  ଚଳିତ ବର୍ଷର ପାରମ୍ପରିକ ରୀତିନୀତିରେ ଖୁଦୁରିକୁଣି ଓଷା ପାଳିତ ହୋଇଯାଇଛି।  ୪ ପାଳି ଧରି ଚାଲିଥିବା ଖୁଦୁରୁକୁଣି ଓଷା ସରିଛି। ଶେଷ ସନ୍ଧ୍ୟାରେ ଝିପି ଝିପି ବର୍ଷା ହୋଇଥିଲେ ହେଁ ପୂଜାରେ କିଛି ଫରକ ପଡ଼ିନଥିଲା। ସ୍ଥାନୀୟ ଅଞ୍ଚଳଗୁଡ଼ିକର ବିଭିନ୍ନ ସ୍ଥାନରେ ଖୁଦୁରୁକୁଣି ପୂଜା ଅନୁଷ୍ଠିତ ହୋଇଥିଲା। ଭାଦ୍ରବ ମାସର ପ୍ରଥମ ରବିବାର ଠାରୁ ଶେଷ ରବିବାର ପର୍ଯ୍ୟନ୍ତ ଏକ ମାସ ଧରି ପ୍ରତେକ ରବିବାର ଅନୁଷ୍ଠିତ ହୋଇଥିଲା।

ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳରେ ପୂଜାର ମାହୋଲସୃଷ୍ଟି ହୋଇଥିଲା। ଚଳିତ ବର୍ଷ ୨ଦିନ ଧରି ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା କୁଆରୀ ଝିଅମାନଙ୍କ ମନରେ ପୂଜାର ଆଗ୍ରହକୁ ଦ୍ବିଗୁଣିତ କରିଥିବା ଦେଖିବାକୁ ମିଳିଛି। ରବିବାର ସକାଳୁ ଝିଅ ମାନେ ଉଠି ପ୍ରାତଃ ସ୍ନାନ ସାରି ଘଣ୍ଟ, ହୁଳହୁଳିରେ ପାଖ ପୋଖରି, ନଦୀ କୁଳ ଆଦିସ୍ଥାନରେ ବଲୁଙ୍କା ତୋଳି ପୁଜା କରୁଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ଗ୍ରାମାଞ୍ଚଳ ଓ ସହାରାଞ୍ଚଳର ବିଭିନ୍ନ ସାହି ବସ୍ତିରେ ଖୁଦୁରୁକୁଣି ପୁଜା ଏକ ପ୍ରତିଯୋଗିତା ମୁଳକ ଭାବେ ଅନୁଷ୍ଠିତ ହେଉଛି। ଝିଅମାନେ ଏକତ୍ରିତ ହୋଇ ନିଜ ନିଜର ପୂଜା ସ୍ଥଳିକୁ ବିଭିନ୍ନ ପ୍ରକାର ଢଙ୍ଗରେ ନାନା ରକମର ଫୁଲ,ଆଲୋକ ସଜ୍ଜାରେ ସଜ୍ଜିତ କରିଥିଲେ। ସନ୍ଧ୍ୟାରେ କୁମାରୀ ଝିଅମାନେ ମିଳିମିଶି  ମା’ଙ୍କ ନିକଟରେ ଭୋଗ ଲାଗି କରି ଖୁଦୁରୁକୁଣି ଓଷା ବହି ବୋଲି ପୁଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେମାନେ  ଶଙ୍ଖ ଓ ଘଣ୍ଟଘଣ୍ଟା ବଜାଇବା ସହ ହୁଳହୁଳୀ ଦେଇଥିଲେ। ଫଳରେ ଭକ୍ତି ଭାବରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।

୪ ପାଳି ଧରି ଚାଲିଥିବା ଖୁଦୁରୁକୁଣି ଓଷା ସରିଛି। ଆଜି ଶେଷ ସନ୍ଧ୍ୟାରେ କିଛି ସମୟ ବର୍ଷା ହୋଇଥିଲେ ହେଁ ପୂଜାରେ କିଛି ଫରକ ପଡ଼ିନଥିଲା। ଭୁବନେଶ୍ୱରର ସହିଦନଗର, ଭିଏସଏସନଗର, ନୟାପଲ୍ଲୀ, ବରମୁଣ୍ଡା, ବଡ଼ଗଡ଼, ଚନ୍ଦ୍ରଶେଖରପୁର, ପଟିଆ, ଖଣ୍ଡଗିରି, ବୁଦ୍ଧନଗର, ପାଇକନଗର, ପଟିଆ, ନୀଳାଦ୍ରିବିହାର ସମେତ ପୁରୁଣା ଭୁବନେଶ୍ବର ଜମେଶ୍ୱର ପାଟଣା ସାହି, ବଣିଆ ସାହି, ବଡ଼ୁ ସାହି, ପରକରଣ ସାହି, ଦର୍ଜି ସାହି, ବଡ଼ଦାଣ୍ଡ ସାହି, କୁମ୍ଭାର ସାହି, ମଠ ସାହି ଆଦି ବିଭିନ୍ନ ସ୍ଥାନରେ ସାଜସଜ୍ଜା କରାଯାଇ ଧୁମଧାମରେ ଖୁଦୁରୁକୁଣି ପୂଜା କରାଯାଇଥିଲା। ଏହାବ୍ୟତୀତ ଭୁବନେଶ୍ବର ସହରର ଗଳିକନ୍ଦିରେ ଏହି ପୂଜା ଭକ୍ତିସହକାରେ ଅନୁଷ୍ଠିତ ହୋଇଥିଲା।

ବଡ଼ୁ ସାହିର କୁମାରୀମାନେ ବିନ୍ଦୁସାଗର କୂଳ ମାର୍କଣ୍ଡେଶ୍ୱର ନିକଟ ଘାଟରେ ପୂଜା କରିଥିଲେ। ସେମାନେ କାନ୍ଥରେ ମାଟି ଲେପନ କରି ହଳଦୀ ଓ କଉଡ଼ି ଦ୍ୱାରା ମା’ ମଙ୍ଗଳାଙ୍କ ଆଖି, କାନ, ପାଟି ଆଦି ତିଆରି କରିଥିଲେ। ବିନ୍ଦୁସାଗର କୂଳରେ ସକାଳେ ବାଲୁକା ପୂଜା ସହ ମା’ମଙ୍ଗଳାଙ୍କ ସ୍ତୁତି ପାଠ କରିଥିଲେ।

Comments are closed.