www.samajalive.in
Sunday, December 14, 2025
26.1 C
Bhubaneswar

ନୁଆଦିଲ୍ଲୀରେ ନୂଆଁଖାଇ ଭେଟଘାଟ

ସମ୍ବଲପୁର: ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ଦିଲ୍ଲୀରେ ପଶ୍ଚିମ ଓଡ଼ିଶା ଛାତ୍ର ସଂଗଠନ,  ନୂଆଦିଲ୍ଲୀ ଏବଂ ଓଡ଼ିଶା ଛାତ୍ର ସଂଗଠନ ଏଲ୍ ବି ଏସ୍, ନୂଆଦିଲ୍ଲୀ ମିଳିତ ଉଦ୍ୟମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ଡକ୍ଟର ମୃଦୁଲା ଠାକୁର ପ୍ରଧାନ, ମୁଖ୍ୟବକ୍ତା ଭାବରେ ରେସିଡେଣ୍ଟ କମିଶନର ବିଶାଳ ଗଗନ, ବିଶିଷ୍ଟ ଅତିଥିଭାବେ ଆମେରିକାର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ସୋରେନ୍ ଲୋଇନ୍, ସାରସ୍ଵତ ଅତିଥି ଭାବରେ ଏକ୍ସାମ୍ କ୍ୟାମ୍ପସର ସଂସ୍ଥାପକ ବ୍ୟୋମକେଶ ମେହେର, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ବିଶ୍ଵବିଦ୍ୟାଳୟର କୁଳାନୁଶାସକ ପ୍ର. ଦେବୀ ପ୍ରସାଦ ତ୍ରିପାଠୀ , ଛାତ୍ର କଲ୍ୟାଣ ପୀଠ ପ୍ରମୁଖ ପ୍ର. ଶିବଶଙ୍କର ମିଶ୍ର, କାର୍ଯ୍ୟକ୍ରମ ସଂଯୋଜକ ପ୍ର.  ଭାଗିରଥି ନନ୍ଦ, ସହ ସଂଯୋଜକ ପ୍ର. ଧର୍ମାନନ୍ଦ ରାଉତଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ଛାତ୍ରଛାତ୍ରୀ ମଞ୍ଚରେ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଏସ ଅଫ ଓଡ଼ିଶାର ବିଜେତା ସୌରଭ ଷଡ଼ଙ୍ଗୀ ଦର୍ଶଙ୍କକୁ ସମ୍ବଲପୁରୀ ଗୀତରେ ଝୁମେଇଥିଲେ। ଛାତ୍ର ସଂଗଠନ ସଭାପତି ସୌମ୍ୟରଞ୍ଜନ ବଡ଼ପଣ୍ଡାଙ୍କ ସମେତ ବିଶ୍ଵବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜବାହର ଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଓ ଶିକ୍ଷାବିତ ସାମିଲ ହୋଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories