ଭାରତରତ୍ନ ଏମ. ବିଶ୍ୱଶେରିଆଙ୍କ ବୈଷୟିକ କ୍ଷେତ୍ରରେ ଅବଦାନ ଅତୁଳନୀୟ

ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସରେ ୫୭ତମ ଇଞ୍ଜିନିୟରସ ଦିବସ ପାଳିତ

ଭୁବନେଶ୍ବର: ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ ରେ 57 ତମ ଇଞ୍ଜିନୀୟରସ ଦିବସ ପାଳନ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭା ର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମହୋଦୟା , ମୁଖ୍ୟବକ୍ତା ଭାବରେରେ ପ୍ରଫେସର ଧନୁଶ ଧାରୀ ମିଶ୍ର ମହୋଦୟ ,ଯୋଗ ଦେଇଥିଲେ। ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ, ଓଡିଶା ଶାଖାର ଅଧ୍ୟକ୍ଷ ପ୍ରଫେସର ସୁଧାଂଶୁ ଶେଖର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ସମ୍ପାଦକ ଇଂ ସଂଗ୍ରାମ କେଶରୀ ପଟ୍ଟନାୟକ ଉପରୋକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ। ଦୀପ ପ୍ରଜ୍ବଳନ ଓ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପରେ, ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ,ଓଡିଶା ଶାଖାର ଅଧ୍ୟକ୍ଷ, ସମ୍ପାଦକ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଭାରତରତ୍ନ ଏମ. ବିଶ୍ୱଶେରିଆଙ୍କ ବୈଷୟିକ କ୍ଷେତ୍ରରେ ଅବଦାନ ଅତୁଳନୀୟ ବୋଲି କହିବା ସହିତ ତାଙ୍କର କାର୍ଯ୍ୟ ଶୈଳୀ ଏବଂ ଉଚ୍ଚଅଭିଳାଷ ବିଷୟରେ ଆବଶ୍ୟକତା, ଉପାଦେୟତା ଓ ଭବିଷ୍ୟତ ଉପଲବ୍ଧିତା ବିଷୟରେ ବକ୍ତାମାନେ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଇଞ୍ଜିନୀୟରସ ଦିବସ ରେ ୩୦୦ରୁ ଉର୍ଦ୍ଧ ଇଂଞ୍ଜିନିୟର, ଶିକ୍ଷାବିତ, ଗବେଷକ, ଶିଳ୍ପଉଦଦୋଗୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ, ଓଡିଶା ଶାଖା ର ବିଭିନ୍ନ ଯାନ୍ତ୍ରିକ ବିଭାଗ ର ସଭ୍ୟବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସୁରୁଖୁରୁରେ ସାରିବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଥିଲେ।

ଏହି ଦିବସ ପାଳନ ଅବସରରେ ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ ର ବିଭିନ୍ନ ଯାନ୍ତ୍ରିକ ବିଭାଗ ରେ ପାରଦର୍ଶିତା ଲାଭ କରିଥିବା ବୟୋଜ୍ୟେଷ୍ଟ ଇଞ୍ଜିନିୟର ମାନଙ୍କୁ ସେମାନଙ୍କ ଜୀବନ କାଳ ର କାର୍ଯ୍ୟ ଦକ୍ଷିତା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ,ଓଡିଶା ଶlଖା ର ସମ୍ପାଦକ ଇଂ ସଂଗ୍ରାମ କେଶରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.