www.samajalive.in
Saturday, December 6, 2025
19.1 C
Bhubaneswar

ନର୍ଲା ଉତ୍ତର ବନଖଣ୍ଡ: ଅଶାନ୍ତ ହାତୀ-ରାତି-ଶାନ୍ତି ଓ ସମ୍ପତ୍ତି

ନର୍ଲା: କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ବନାଞ୍ଚଳରେ ଗତ କିଛି ବର୍ଷ ହେଲା ହାତୀ ମୃତ୍ୟୁର ପ୍ରଦର୍ଶନୀ ସାଜିଛି। କେବଳ ହାତୀ ନୁହେଁ, ହାତୀ ସହିତ ମଣିଷର ମଧ୍ୟ ଜୀବନ ଯାଇଛି। ହାତୀ ପାଇଁ ବର୍ଷବର୍ଷ ହେଲା ଲୋକଙ୍କ ପାଇଁ ରାତି ଯନ୍ତ୍ରଣାମୟ ପାଲଟିଛି। ଏହାର କାରଣ ହାତୀ ଜୀବନ ବଞ୍ଚାଇବାକୁ ସଂଧ୍ୟାରୁ ସକାଳ ଯାଏଁ ଅଞ୍ଚଳରୁ ବିଦ୍ୟୁତ କାଟ କରାଯାଉଛି। ଏପଟେ ହାତୀପଲ ମଧ୍ୟ ଅଶାନ୍ତ ହୋଇ ପଡ଼ିଛନ୍ତି। ଚତୁର୍ଦ୍ଦିଗରୁ ଚାଷୀମାନେ ହାତୀ ଘଉଡ଼ାଇବା କାରଣରୁ ଅଶାନ୍ତ ଉତ୍ୟକ୍ତ ହାତୀ ମଣିଷକୁ ଆକ୍ରମଣ କରୁଛନ୍ତି। ଉଭୟ ହାତୀ ଓ ମଣିଷ ଅଶାନ୍ତ ରହୁଛନ୍ତି। ହାତୀ ଆକ୍ରମଣରେ ମଣିଷ ଜୀବନ ନଷ୍ଟ ହେଉଛି ଓ ହାତୀର ପ୍ରାଦୁର୍ଭାବରେ ଚାଷୀଙ୍କ ଚାଷ ସମ୍ପଦ ନଷ୍ଟ ହେଉଛି, ଯାହା ଏକ ବିରାଟ ସମସ୍ୟା ହୋଇ ଠିଆ ହୋଇଛି। ହାତୀ ପାଇଁ ସମସ୍ତେ ଅଶାନ୍ତ ହୋଇ ପଡ଼ିଛନ୍ତି। ଗତ ୨ବର୍ଷ ମଧ୍ୟରେ ଚାରି ହାତୀର ମୃତ୍ୟୁ ଘଟିଥିବାବେଳେ ବନବିଭାଗ ଏ ଦିଗରେ କ’ଣ ପଦକ୍ଷେପ ଗ୍ରହଣ କରୁଛି ତାହା ଅସମାହିତ ରହିଛି। ଗତ କିଛି ବର୍ଷ ହେଲା ଏହି ଅଞ୍ଚଳରେ ଜଙ୍ଗଲ ପ୍ରାୟ ପଦା ହୋଇ ସାରିଛି। ଏହାର କାରଣ ବନବିଭାଗକୁ ନା ଜଙ୍ଗଲ ମାଫିଆମାନଙ୍କୁ ଦିଆଯିବ ତାହା ତ ସମସ୍ତଙ୍କ ପାଇଁ ଏକ ସ୍ବତନ୍ତ୍ର ଆଲୋଚନାର ବିଷୟ। ସୂଚନାଯୋଗ୍ୟ, ଶୁକ୍ରବାର ନର୍ଲା ନବୋଦୟ ବିଦ୍ୟାଳୟରୁ ଦୁଇ ଶହ ମିଟର ଦୂରରେ ଏକ ମାଈ ହାତୀର ମୃତ୍ୟୁ ଆଲୋଚନାର ବିଷୟ ସାଜିଛି।

ଶୁକ୍ରବାର ନର୍ଲା ନବୋଦୟ ବିଦ୍ୟାଳୟରୁ ଦୁଇ ଶହ ମିଟର ଦୂରରେ ଏକ ମାଈ ହାତୀ ମରି ପଡ଼ିଥିବା ନର୍ଲା ବନବିଭାଗ ସୂଚନା ପାଇଥିଲେ। ପାରିପାର୍ଶ୍ବିକ ଅବସ୍ଥିତିକୁ ଦେଖିଲେ ହାତୀ ମୃତ୍ୟୁର କାରଣ ବିଦ୍ୟୁତ୍ ଆଘାତରୁ ହୋଇଥିବା ଜଣାପଡ଼ୁଛି। ହେଲେ ଏହା ଆନୁଷ୍ଠାନିକ ଭାବରେ କେହି ସ୍ପଷ୍ଟ କରିନାହାନ୍ତି। ଚାଷ ସୁରକ୍ଷା ପାଇଁ ହେଉ କିମ୍ବା ବାରହା ଶିକାର ପାଇଁ ହେଉ ଜଙ୍ଗଲ ମାଫିଆମାନେ ହାତୀମାନଙ୍କୁ ବିଦ୍ୟୁତ୍ ଆଘାତ ଦେଇ ମାରିଥିବା ଆଲୋଚନା ହେଉଛି। ଏଠାରେ ସୂଚନାଯୋଗ୍ୟ, ଗତ ପ୍ରାୟ ଦୁଇ ବର୍ଷ ମଧ୍ୟରେ ଏହି ବନାଞ୍ଚଳରେ ଚାରିଟି ହାତୀର ମୃତ୍ୟୁ ଘଟିଥିବାବେଳେ ନିଜ ଚାଷର ସୁରକ୍ଷା ଓ ହାତୀ ଘଉଡ଼ାଇବାକୁ ଯାଇ ଅନେକ ମୃତାହତ ହୋଇଛନ୍ତି। ଗତ ୨୦୨୨ ନଭେମ୍ବର ମାସରେ ବାଗପୁର ପଞ୍ଜାୟତ ଜାମପଡା ନିକଟରେ ବିଦ୍ୟୁତ୍ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବାବେଳେ ଏହାର କିଛି ଦିନ ପରେ ବାଗପୁର ନିକଟରେ ଗୋଷ୍ଠୀ ସଂଘର୍ଷରେ ଏକ ଦନ୍ତାହାତୀ ମରିଥିଲା। ପରବର୍ତ୍ତୀ ସମୟରେ ଗତ ବର୍ଷ କମର୍ଦ୍ଧା ପଞ୍ଚାୟତ ଗନ୍ଧରବାରୁ ନିକଟରେ ଏକ ହାତୀ ରୋଗାଗ୍ରସ୍ତ ହୋଇ ମରିଥିବା ଦେଖାଯାଇଥିଲା। ଘଟଣା କେବଳ ହାତୀ ମୃତ୍ୟୁର ନୁହେଁ। ଏହା ସହ ବନବିଭାଗ କର୍ମଚାରୀଙ୍କ ସହ ସାଧାରଣ ଲୋକ ମଧ୍ୟ ଏହି କ୍ରମରେ ମୃତାହତ ହୋଇ ଆସିଛନ୍ତି। ଚାରି ବର୍ଷ ତଳେ ନର୍ଲା ଫରେଷ୍ଟର ଭବାନୀ ନାଏକ ହାତୀ ଘଉଡ଼ାଇବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ଗତ ୨୦୦୨୩ ଫେବୃଆରୀ ମାସରେ ଜଣେ ମହିଳା ବାଗପୁରଠାରେ ନିଜ ଚାଷ ଜମିରେ ହାତୀ ହାବୁଡରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ସବୁଠୁ ଦୁଃଖଦ ଘଟଣା ହେଲା ଗତ ଛଅ ମାସ ତଳେ ହାତୀ ଘଉଡ଼ାଇବାକୁ ଯାଇ ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ ମୃତ୍ୟୁ ମୁଖରେ ପଡ଼ିଥିଲେ। ଏହାର କିଛି ବର୍ଷ ପୂର୍ବରୁ ତେର୍ଲୋ ବାଞ୍ଜି ନାଳରେ ମଧ୍ୟ ଦୁଇଜଣ ଆଦିବାସୀଙ୍କୁ ହାତୀ ଦଳି ଦେଇଥିଲା। ହାତୀ ମଣିଷ ଲଢେଇରେ ଅନେକ କ୍ଷତି ହୋଇସାରିଛି। ଏପଟେ ବିଦ୍ୟୁତ କାଟକୁ ନେଇ ଅଶାନ୍ତ ଜନତା ବିଦ୍ୟୁତ କାର୍ଯ୍ୟାଳୟକୁ ରାତି ଅଧିଆ ପହଞ୍ଚି କର୍ମଚାରୀମାନଙ୍କୁ ଅଟକ ରଖିବା ସହ ରାସ୍ତା ଅବରୋଧ କରିଥିଲେ। ଶେଷରେ ହାତୀ ଚିନ୍ତା ଛାଡ଼ି ବିଦ୍ୟୁତ ବିଭାଗ ଲାଇନ୍ ଦେବାରୁ ପରିସ୍ଥିତି ସ୍ବାଭାବିକ ଶୋଇଥିଲା। ତେବେ ଏଥିପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ ଏହାର ସମାଧାନ ନକଲେ ଆଗକୁ ଅଶାନ୍ତି ଆହୁରି ବୃଦ୍ଧି ପାଇବ ଏହା ନିଃସନ୍ଦେହ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories