www.samajalive.in
Sunday, December 14, 2025
26.1 C
Bhubaneswar

ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ କାଂସ୍ୟ ଜିତି ଗୌରବ ଆଣିଲେ ଦୀପିକା

ଫୁଲବାଣୀ:  କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ଏବଂ ଫୁଲବାଣୀ ମାର୍ଶଲ ଆର୍ଟ୍ସ ଏକାଡେମୀର ଦୀପିକା ବୁରୁୟୁଲି ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ଜିଲା ପାଇଁ ଗୌରବ ଆଣିଛନ୍ତି। ଉତ୍ତରପ୍ରଦେଶର ଆଗ୍ରାଠାରେ ଆୟୋଜିତ ୪୧ ତମ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାର ଜୁନିଅର ବାଳିକା ବିଭାଗରେ ସେ ଭାଗନେଇଥିଲେ। ଦୀପିକାଙ୍କୁ କୋଚ ରମାକାନ୍ତ ବେହେରା, ପ୍ରୀତମ ପ୍ରଧାନ ଓ ମଦନ ଦଳବେହେରା ଏବଂ  ଜିଲ୍ଲା ସଙ୍ଘ ସଭାପତି ପ୍ରତାପ କୁମାର ମୁଖୀ, ସମ୍ପାଦକ ପ୍ରଭାତ କୁମାର ସାହୁ ଓ ରାଜ୍ୟ ସଙ୍ଘ ସମ୍ପାଦକ ମନମୋହନ ଭଞ୍ଜ ପ୍ରମୁଖ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories