www.samajalive.in
Monday, December 8, 2025
13.1 C
Bhubaneswar

ଯୁବତୀଙ୍କୁ ଅସଦାଚରଣ କରୁଥିଲେ ନିଶାସକ୍ତ ଅଟୋଡ୍ରାଇଭର, ପଚାରିବାରୁ ଚାପୁଡା ମାରିଲେ

ମୁମ୍ବଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଉଲ୍ଲାସନଗରରେ ଜଣେ ଅଟୋ ଚାଳକ ଟ୍ରାଫିକ୍ ପୁଲିସକର୍ମୀଙ୍କ ଉପରକୁ ଆକ୍ରମଣ କରିଦେଇଛନ୍ତି । ଅଟୋ ଚାଳକ ଜଣେ ଯୁବତୀଙ୍କୁ ଅସଦାଚରଣ କରୁଥିଲେ । ଏହା ଦେଖିବା ପରେ ଟ୍ରାଫିକ୍ ପୁଲିସକର୍ମୀ ଘଟଣା ବୁଝିବା ପାଇଁ ପାଖକୁ ଯିବା ପରେ ନିଶାସକ୍ତ ଅଟୋ ଚାଳକ ତାଙ୍କୁ ଚାପୁଡା ମାରିଥିଲା । ଏହି ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

- Advertisement -

ପୁଲିସ କର୍ମୀ ଅଟୋ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣାଟି ଉଲ୍ଲାସନଗରର ଛତ୍ରପତି ଶାହ ଓଭରବ୍ରିଜ୍ ନିକଟରେ ବୋଲି କୁହାଯାଉଛି । ଅଟୋ ଚାଳକ ରାସ୍ତାରେ ଅଟୋ ଅଟକାଇ ଜଣେ ଯୁବତୀଙ୍କୁ ଅସଦାଚରଣ କରୁଥିଲେ । ଦୂରରୁ ଏହା ଦେଖି ଟ୍ରାଫିକ ପୁଲିସକର୍ମୀ ସେଠାକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୟରେ ନିଶାସକ୍ତ ଅଟୋଚାଳକ ତାଙ୍କୁ ଆକ୍ରମଣ କରିଥିଲା । ଏଥିରେ ଟ୍ରାଫିକ ପୁଲିସକର୍ମୀ ଆହତ ହୋଇଛନ୍ତି । ଭିଡିଓଟି ଭାଇରାଲ ହେବାରେ ଲାଗିଛି । ସମସ୍ତେ ସେହି ଅଟୋଚାଳକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories