ଭୁବନେଶ୍ୱର: ସହିଦନଗର ଦୁର୍ଗାପୂଜା ସମିତି ଦ୍ୱାରା ଆୟୋଜିତ ଦୁର୍ଗାପୂଜା ଚଳିତ ଥର ୪୬ତମ ବର୍ଷରେ ପଦାର୍ପଣ କରିଛି। ଚଳିତଥର ଏକ ନୂଆ ଥିମରେ ତୋରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। କଲକାତା ଅଞ୍ଚଳର ୯୦ରୁ ଊର୍ଦ୍ଧ୍ବ୍ୱର୍ କୁଶଳୀ କାରିଗରଙ୍କୁ ନେଇ ଏହି ତୋରଣ ଜନ୍ମାଷ୍ଟମୀ ତିଥିରୁ ନିର୍ମାଣ ଆରମ୍ଭ ହୋଇଛି। ତୋରଣର ଉଚ୍ଚତା ୯୦ଫୁଟ୍ ଏବଂ ଚଉଡା ୧୩୨ଫୁଟ୍ ହେବ। ମାଙ୍କ ଲାଗି ସ୍ୱର୍ଣ୍ଣ ମୁକୁଟ ସହ ସ୍ୱର୍ଣ୍ଣଚିତା ପୂର୍ବରୁ ପରିଧାନ ହେଉଥିବା ବେଳେ ଏବର୍ଷ ପାଶ୍ୱର୍ ଦେବୀଙ୍କ ପାଇଁ ସ୍ୱର୍ଣ୍ଣ ମୁକୁଟ ପ୍ରସ୍ତୁତ ହେଉଥିବା କର୍ମକର୍ତ୍ତା କହିଛନ୍ତି। ଚଳିତ ବର୍ଷ ମଧ୍ୟ ଚାନ୍ଦି ମେଢରେ ମା ଭକ୍ତଙ୍କୁ ଦର୍ଶନ ଦେବେ। ଏହାସହିତ ମାଙ୍କ ମଣ୍ଡପରେ ଶୋଭା ପାଇବାକୁ ଥବା ଦୁଇ ସିଂହ ଚାନ୍ଦିରେ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। କଟକର ମୂର୍ତ୍ତି କାରିଗର ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରୁଥିବା ବେଳେ ଚଳିତ ଥର ଭସାଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପାରମ୍ପରିକ ବାଜା ମୁଖ୍ୟ ଭୂମିକା ହେବ। ପୂଜାରେ ଜନସମାଗମ ବୃଦ୍ଧି ପାଇବା ଲକ୍ଷ୍ୟ ରଖି ସମିତି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପୂଜା ମଣ୍ଡପରେ ପୁଲିସ କର୍ମଚାରୀ ମୁତୟନ ହେବା ସହ ପୂଜା କମିଟି ପକ୍ଷରୁ ୧୦୦ରୁ ଅଧିକ ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀ ନିୟୋଜିତ ହେବେ।



