www.samajalive.in
Sunday, December 14, 2025
26.1 C
Bhubaneswar

ଦେଖନ୍ତୁ ଭିଡ଼ିଓ; ଭିକ୍ଷାବୃତ୍ତି କରୁଥିବା ଝିଅର ଇଂରାଜୀ ଶୁଣି ତାଜୁବ ହେଲେ ବିଦେଶୀ ନାଗରିକ, ଦେଲେ ବଡ ଅଫର

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଛୋଟ ଝିଅଟି ଭିକ୍ଷାବୃତ୍ତି କରୁଥିବା ବେଳେ ବିଦେଶୀ ନାଗରିକଙ୍କ ସହ ଏଭଳି ଭାବେ ଇଂରାଜୀରେ କଥାବାର୍ତ୍ତା କରିଥିଲେ ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି। ଝିଅଟି ଗରିବ ପରିବାରରୁ ହୋଇଥିବା ବେଳେ ପରିବାରର ପେଟ ପୋଷିବା ପାଇଁ ଭିକ୍ଷାବୃତ୍ତି କରିବାକୁ ପଡୁଛି ବୋଲି କହିଛି। ଯେତେବେଳେ ବିଦେଶୀ ନାଗରିକ ଜଣଙ୍କ ଝିଅଟିକୁ ପଚାରିଥିଲେ ଯେ ‘ତୁମେ ବିଦ୍ୟାଳୟ ଯିବା ଉଚିତ୍‌‌, ତୁମେ ଏତେ ଭଲ ଇଂରାଜୀ କିଭଳି କହିପାରୁଛ, ତାହା ହେଲେ ଭିକ୍ଷା କାହିଁକି ମାଗୁଛ। ଏଥିରେ ଝିଅଟି ଅତିସରଳ ଭାବେ ଉତ୍ତର ଦେଇ କହିଥିଲା ଯେ ମୋର ଅସହାୟତା ହେଉଛି ଦାରିଦ୍ର୍ୟ। ବିଦେଶୀ ନାଗରିକ ଏହା ଶୁଣିବା ପରେ ଭାବବିହ୍ୱଳ ହୋଇ ଝିଅଟିକୁ ପଚାରିଥିଲେ ‘ଯଦି ତୁମକୁ ସ୍କୁଲ ପଠାଯାଏ, ତେବେ ତୁମେ ଯିବ କି। ଚାକିରି କରିବାକୁ ସୁଯୋଗ ଦିଆଗଲେ କରିବ କି। ଏହାର ଉତ୍ତରରେ ଝିଅଟି ବିନା ଦ୍ୱିଧାରେ କହିଥିଲେ ଯେ ମୁଁ ସ୍କୁଲ ନିଶ୍ଚୟ ଯିବି ଏବଂ ପାଠ ପଢି ଚାକିରି କରିବ। ଏହାପରେ ବିଦେଶୀ ନାଗରିକ ଝିଅଟିର ନମ୍ବର ମାଗିବା ସହ ଝିଅଟିକୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

https://samajalive.in/former-miss-switzerland-finalist-kristina-joksimovicl-murdered-by-husband/597059.html

- Advertisement -

ଭିଡ଼ିଓଟି ସୋସିଆଲ ମିଡ଼ିଆରେ ସେୟାର ହେବା ପରେ ଲକ୍ଷ ଲକ୍ଷ ୟୁଜର୍ସ ଏହାକୁ ସେୟାର କରିବାରେ ଲାଗିଛନ୍ତି। ଏହାସହିତ ଗରିବ ଝିଅକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଲୋକମାନେ କେବଳ ତାଙ୍କର ସାହାସ ଏବଂ ଆତ୍ମବିଶ୍ୱାସକୁ ପ୍ରଶଂସା କରୁଚନାହାଁନ୍ତି ବରଂ ତାଙ୍କ ଶିକ୍ଷା ଏବଂ ଭବିଷ୍ୟତ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଭିଡ଼ିଓଟି ଦାରିଦ୍ର୍ୟର ଗମ୍ଭୀରତା ଏବଂ ସମାଜରେ ପ୍ରଚଳିତ ଶିକ୍ଷାର ଅଭାବକୁ ମଧ୍ୟ ଆଲୋକିତ କରିଛି। ଯାହା ପାଖରେ ପ୍ରତିଭା ଅଛି ତାହା କେବେ ବି ଲୁଚି ରହିବ ନାହିଁ ବୋଲି କୁହାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories