www.samajalive.in
Friday, December 12, 2025
16.1 C
Bhubaneswar

ପୁରୁଣା ନୋଟ୍‌ ବଦଳାଇବାକୁ କହି ୬୦ଲକ୍ଷ ଟଙ୍କା ଠକିନେଇ ଅଭିନେତ୍ରୀ ଗିରଫ

ନୂଆଦିଲ୍ଲୀ: ବିମୁଦ୍ରାୟନ ସମୟରେ ଅଚଳ ଟଙ୍କା ଚଳାଇ ଦେବା ପାଇଁ କହି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କଠାରୁ ୬୦ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ହରିୟାଣାର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଶିଖା ରାଘବଙ୍କୁ ପୁଲିସ ଶୁକ୍ରବାର ଗିରଫ କରିଛି। ବୁଧବାର ପୁଲିସ ତାଙ୍କୁ ଠାବ କରିବା ପରେ ଦିଲ୍ଲୀ ଆଣି ପଚରାଉଚରା କରୁଥିଲା। ଦୁଇ ବର୍ଷ ଧରି ଏହି ୨୭ବର୍ଷୀୟା କଣ୍ଠଶିଳ୍ପୀ ବିଭିନ୍ନ ଉପାୟରେ ଗିରଫକୁ ଏଡ଼ାଇ ଚାଲିଥିଲେ। ହରିୟାଣାର ଏକ ଅଦାଲତ ତାଙ୍କୁ ଅର୍ଥନୈତିକ ପଳାତକ ଅପରାଧୀ ଘୋଷଣା କରିଛି। ୨୦୧୬ରେ ସହଯୋଗୀ ପବନଙ୍କ ସହିତ ଉତ୍ତର ଦିଲ୍ଲୀରେ କାର୍ଯ୍ୟକ୍ରମ ପରିବେଷଣ ସମୟରେ ଏହାର ଆୟୋଜକଙ୍କ ସହିତ ରାଘବଙ୍କର ଘନିଷ୍ଠତା ହୋଇଥିଲା। ଏହାର ସୁଯୋଗ ନେଇ ବିମୁଦ୍ରାୟନ ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୁରୁଣା ନୋଟ୍‌ ବଦଳାଇ ନୂଆ ନୋଟ୍‌ ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ନେଇଥିଲେ; କିନ୍ତୁ ଆଉ ଫେରାଇ ନ ଥିଲେ। ପୂର୍ବରୁ ପବନ ପୁଲିସ ଦ୍ବାରା ଗିରଫ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories