www.samajalive.in
Sunday, December 7, 2025
14.1 C
Bhubaneswar

ସିଟି ଡ୍ରେନେଜ ମାଷ୍ଟର ପ୍ଲାନ୍‌‌ ପାଇଁ ଲୋକଙ୍କ ମତାମତ ସଂଗ୍ରହ

ସମ୍ବଲପୁର: ଦୀର୍ଘ ବର୍ଷ ହେବ ସିଟି ଡ୍ରେନେଜ ମାଷ୍ଟର ସିଷ୍ଟମକୁ ଲାଗୁ କରିବାକୁ ଦାବି ହୋଇ ଆସୁଛି। ରାଜ୍ୟରେ ନୂଆ ସରକାର ଆସିବା ପରେ ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟାରେ ଆସନ୍ତା ୨ ମାସ ମଧ୍ୟରେ ମହାନଗର ନିଗମ ଅନ୍ତର୍ଗତ ୪୧ଟି ୱାର୍ଡର ଜନତାଙ୍କ ସହିତ ପ୍ରଶାସନ ବୈଠକ କରି ମାଷ୍ଟର ପ୍ଲାନକୁ କାର୍ଯ୍ୟକାରୀ କରିବ ବୋଲି ଜଣାପଡ଼ିଛି। ସମ୍ବଲପୁର, ବୁର୍ଲା ଓ ହୀରାକୁଦ ସହରରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ନାଳ ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଘୋଷଣା କରାଯାଇଥିବା କ୍ରମରେ ପରାମର୍ଶ କାର୍ଯ୍ୟକ୍ରମ ବୁଧବାର ସ୍ଥାନୀୟ ୨୫ନଂ ୱାର୍ଡ ମୁଦିପଡା ସ୍ଥିତ ଶୀତଳଷଷ୍ଠୀ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନର ବେଦ ଭୂଷଣ ଯୋଗ ଦେଇ କହିଛନ୍ତି ଯେ, ପ୍ରଶାସନ ସମ୍ବଲପୁର ସହର ପାଇଁ ଏକ ପୁର୍ଣ୍ଣକାଳୀନ ଜଳ ନିଷ୍କାସନ ପ୍ରଣାଳୀ ସହିତ ସହରରୁ ବନ୍ୟା ଜଳ ନିଷ୍କାସନ, ଜଳ ଜମିବା ଆଦିରୁ ମୁକ୍ତ କରିବା ପାଇଁ ଏହି ମାଷ୍ଟର ପ୍ଲାନ କାର୍ଯ୍ୟକାରୀ କରିବାକୁ ଯାଉଛି। ଏଥିପାଇଁ ଅଞ୍ଚଳର ଜନତା ଓ ବିଭିନ୍ନ ବିଭାଗର ପ୍ରତିନିଧିମାନଙ୍କୁ ମାଷ୍ଟର ଡ୍ରେନେଜ ସିଷ୍ଟମକୁ ସଫଳ ରୂପାୟନ ନିମନ୍ତେ ନିଜର ପ୍ରସ୍ତାବ ଓ ପରାମର୍ଶ ଦେବା ପାଇଁ ଆହ୍ୱାନ କରିଛନ୍ତି।
ଏହି ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ବେଦ ଭୂଷଣ କହିଛନ୍ତି। ବୈଠକରେ ନିଗମ ୱାର୍ଡ ଅଧିକାରୀ ଇପସିତା ପ୍ରମାଣିକଙ୍କ ସମେତ ୱାର୍ଡର ଜେଇ, ସାନିଟାରୀ ଇନିସପେକ୍ଟର, ସାନିଟାରୀ ବିଶେଷଜ୍ଞ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସାଥୀ ସୁପରଭାଇଜର, ଜଳ ସାଥୀ, ବିଟ ପିଅନ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ପମ୍ପ ଅପରେଟର, ୱାଟକୋ ଅଧିକାରୀ, ଟେକନିକାଲ ଏକ୍ସପାର୍ଟ, ବରିଷ୍ଠ ନାଗରିକ, ୱାର୍ଡ କମିଟି ସଦସ୍ୟ ଙ୍କ ସମେତ ସାଧାରଣ ଜନତା ସାମିଲ ହୋଇଥିଲେ। ବୈଠକ ପରେ ସ୍ଥାନୀୟ ପାଣି ଟାଙ୍କି ପଡା, ପଞ୍ଜାବୀ ଗଳି, ମୁଦିପଡାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ନିଗମ କମିଶନର ଓ ଅଧିକାରୀ। ପରିଦର୍ଶନ ସମୟରେ ଟେକନିକାଲ ଦଳ ଆଜି ଠାରୁ ୱାର୍ଡର ବିଭିନ୍ନ ରାସ୍ତା, ଗଳି, ଉପ ଗଳି ଆଦି ଆଗାମୀ କିଛି ଦିନ ପରିଦର୍ଶନ କରି ଜଳ ନିଷ୍କାସନ ପାଇଁ ଜନତାଙ୍କ ଠାରୁ ମତାମତ ନେବା ସହିତ ସ୍ଥିତିର ଆକଳନ କରିଛନ୍ତି। ଏହି ମାଷ୍ଟର ପ୍ଲାନ ଓ ଡିପିଆର ଆଗାମୀ ୧ ବର୍ଷ ମଧ୍ୟରେ ଶେଷ ହେବ। ଏହି ପ୍ରକଳ୍ପ ୩୫୩ ସ୍କ୍ୱାୟାର କିଲୋମିଟର କ୍ଷେତ୍ରରେ କାର୍ଯ୍ୟକାରୀ ହେବା ଦ୍ୱାରା ୩ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ଜନତା ଉପକୃତ ହେବେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories