www.samajalive.in
Sunday, December 14, 2025
18.1 C
Bhubaneswar

ଦଶହରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ରାଇକିଆ: ରାଇକିଆ ଦୁର୍ଗାପୂଜା କମିଟି ଆଗାମୀ ଦୁର୍ଗା ପୂଜା ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବୁଧବାର ସନ୍ଧ୍ୟାରେ ଦଶହରା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବସଷ୍ଟାଣ୍ଡ ନିକଟ ମଣ୍ଡପ ସାମ୍ନାରେ ପୂଜକଙ୍କ ଦ୍ବାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। କମିଟି ସଭାପତି ସତ୍ୟବାନ୍ ପାତ୍ର, ସମ୍ପାଦକ କୃଷ୍ଣ ମହାନ୍ତି, କୋଷାଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା, ଉପସଭାପତି ବିଜୟ ପଣ୍ଡା, ରାମକୃଷ୍ଣ ପାତ୍ର, ପ୍ରକାଶ ପଣ୍ଡା, ଅଭିମନ୍ୟୁ ପଣ୍ଡାଙ୍କ ସମେତ କମିଟି ଉପଦେଷ୍ଟା, ସଂଗଠନ ସମ୍ପାଦକ ଓ ସଦସ୍ୟ, ବ୍ୟବସାୟୀମାନେ ଉପସ୍ଥିତ ଥିଲେ। ଚଳିତବର୍ଷ ୫୦ ବର୍ଷ ପୂର୍ତ୍ତି ଅବସରରେ କମିଟି ପକ୍ଷରୁ ମହା ଆଡ଼ମ୍ବର ସହକାରେ ପାଳନ ପାଇଁ ସ୍ଥିର ହୋଇଛି। ଆସନ୍ତା ଅକ୍ଟୋବର ୧୦ରୁ ଦଶହରା ପୂଜା ଆରମ୍ଭ ହେଉଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜନ ପାଇଁ ସ୍ଥିର କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories