www.samajalive.in
Sunday, December 7, 2025
23.1 C
Bhubaneswar

ବନ୍ୟା କମିଲା, ଦୁର୍ଦ୍ଦଶା ବଢିଲା

ମାଲକାନଗିରି: ବର୍ଷାର ପ୍ରଭାବ ହ୍ରାସ ପରେ ମାଲକାନଗିରି ଜିଲାରେ ବୁଧବାର ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି। ବନ୍ୟା ଜଳ ହ୍ରାସ ପାଇଛି, କିନ୍ତୁ ଲୋକେ ଦୁଃଖ ଓ ଦୁର୍ଦ୍ଦଶାର ଜୀବନ କାଟୁଛନ୍ତି। ବନ୍ୟା ଯୋଗୁଁଁ ପୋଟେରୁ, ଏମ.ପି.ଭି-୬, ମୋଟୁ, ଗିରକାନପାଲ୍ଲୀ, ଏମ. ଭି-୭, ବଦଲି ଭଳି ବହୁ ଗ୍ରାମର ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଲୋକଙ୍କ ଘର ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ସମସ୍ତ ଖାଦ୍ୟ ଓ ପୋଷାକ ଓଦା ହୋଇ ନଷ୍ଟ ହୋଇଯାଇଛି। ଜିଲାର ପୋଟେରୁ, କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ. ଭି-୯୦ ଓ ଏମ. ଭି-୯୬ ପୋଲ ଉପର ଦେଇ ପ୍ରବାହିତ ହେଉଥିବା ଜଳ ହ୍ରାସ ପରେ ପୋଲର ଅନେକ ସ୍ଥାନରେ କଂକ୍ରିଟ ଓ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ତେବେ ଜିଲା ପ୍ରଶାସନ ପକ୍ଷରୁ କିଛି ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି। ଜିଲା ସଦର ମହକୁମାଠାରୁ କାଲିମେଳା, ମୋଟୁ ଏବଂ କାଲିମେଳାଠାରୁ ପଡ଼ିଆ ବ୍ଲକ ମଧ୍ୟରେ ଯୋଗାଯୋଗ ସ୍ୱାଭାବିକ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଇଦିକୋଣ୍ଡାଠାରୁ ସାବୁଲୁର ଘାଟି ରାସ୍ତା ଧୋଇ ହୋଇଥିବା ଜଣାପଡ଼ିଛି। ବର୍ତମାନସୁଦ୍ଧା ମୋଟ୍ ୩ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବାବେଳେ ୨୭୮ଟି ଆଂଶିକ ଭାଙ୍ଗିଛି ଓ ୮୮୩୦ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଛି। ଜିଲାର ୩ଟି ଆଶ୍ରୟ ସ୍ଥଳୀରେ ୧୪୧ ଜଣଙ୍କୁ ରଖାଯାଇ ରନ୍ଧନ ଖାଦ୍ୟର ବ୍ୟବସ୍ଥା କରାଯାଉଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଜିଲାର ୯ଟି ଗ୍ରାମ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଜଳ ହ୍ରାସ ପାଇଥିବା ସ୍ଥାନରେ ଅଧିକାରୀମାନେ ପହଞ୍ଚ କ୍ଷୟକ୍ଷତିର ଆକଳନ କରୁଥିବା ଜଣାପଡ଼ିଛି। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପା ରୋଶନ ସାହୁ ଆଜି ମାଲକାନଗିରି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାର ଏମ. ଭି-୭, ଏମ. ଭି-୧୯ ଓ ପୋଟେରୁ ଗ୍ରାମ ଗସ୍ତ କରି ବିଭିନ୍ନ ବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories