www.samajalive.in
Sunday, December 7, 2025
16.1 C
Bhubaneswar

ଫୁଲବାଣୀର ଚିତ୍ରଶିଳ୍ପୀ ପ୍ରସାଦ ସୋନୁଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  

ଫୁଲବାଣୀ : ଗତ ସାଧାରଣ ନିର୍ବାଚନ ରେ ନିର୍ବାଚନ ପ୍ରଚାର ଗସ୍ତରେ ମଇ ମାସ ୧୧ ତାରିଖରେ  କନ୍ଧମାଳ ଜିଲା ସଦରମହକୁମା ଫୁଲବାଣୀକୁ ପ୍ରଚାଚରେ ଆସିଥିବା ବେଳେ,ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ୱତନ୍ତ୍ର ଓ ଭିନ୍ନ ଧରଣର ଚିତ୍ର ତିଆରି କରି ଉପହାର ଦେଇଥିଲେ ଫୁଲବାଣୀର ୧୭ ବର୍ଷିୟ ଚିତ୍ରକର ପ୍ରସାଦ ସୋନୁ। ଚିତ୍ରଟିକୁ ସଭା ମଞ୍ଝରୁ ଦେଖିବା ପରେ ନିଜ ସୁରକ୍ଷା କର୍ମୀ ମାନଙ୍କ ଜରିଆରେ ଚିତ୍ରଟିକୁ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ। ଚିତ୍ରରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଥିବା ଶ୍ରୀ ରାମ ଲାଲାଙ୍କ ମୁର୍ତି ର ଚିତ୍ର ରହିଥିବା ସମେତ ସେଥିରେ ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖ ରହିଛି। ବିଷୟ ବସ୍ତୁକୁ ଦେଖିବା ପରେ ସଭାସ୍ଥଳରେ ହିଁ ଓଡିଶାର କଳା ଓ କଳାକାରମାନଙ୍କ ପ୍ରସଂସା କରିଥିଲେ ନରେନ୍ଦ୍ର ମୋଦୀ।
ଏଥିସହିତ ସେ ପ୍ରସାଦ ସୋନୁକୁ ଚିଠି ଲେଖିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । ଆଜି ପ୍ରଧାନମନ୍ତ୍ରୀଙ୍କ  କାର୍ଯ୍ୟାଳୟରୁ ଚିଠି ଆସିବା ପରେ ପ୍ରସାଦ ଏବଂ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳିଯାଇଛି। ଚିଠିରେ ପ୍ରସାଦଙ୍କ ଚିତ୍ରକଳାକୁ ପ୍ରସଂସା କରିବା ସହିତ ଶ୍ରୀଜଗନ୍ନାଥଙ୍କ ମହିମାରେ ଓଡିଶା ସମେତ ସମଗ୍ର ଭାରତ ଉନ୍ନତି ଦିଗରେ ଆଗକୁ ଯାଉଛି ବୋଲି ଉଲ୍ଲେଖ କରିଛନ୍ତି। ଏଥି ସହିତ ପ୍ରସାଦଙ୍କ ଉଜ୍ୱଳ ଭବିଷ୍ୟାତର କାମନା ମଧ୍ୟ କରିଛନ୍ତି। ଏହା ଯାଣିବା ପରେ ପ୍ରସାଦଙ୍କ ପିତା ପ୍ରଶାନ୍ତ କୁମାର ବେହେରା ଏବଂ ମାତା ରଞ୍ଜିତା ବେହେରା ଓ ତାଙ୍କ ପରିବାର ବନ୍ଧୁବାନ୍ଧବଙ୍କ ନିକଟରୁ ଶୁଭେଛାର ସୁଅ ଛୁଟିଛି।
ପ୍ରସାଦ ପିଲାଟି ଦିନରୁ ହିଁ ଚିତ୍ର କଳା ପ୍ରତି ଆକୃଷ୍ଟ ହୋଇ ନିଜେ ନିଜ ପ୍ରଚେଷ୍ଟାରେ ବିଭିନ୍ନ ପ୍ରକାରର ଚିତ୍ର ତିଆରି କରିଥିଲେ ଯାହାକି ତାଙ୍କ ପିତାଙ୍କୁ ଆକର୍ଷିତ କରିଥିଲା ।ସେ ପୁଅକୁ ଏହି ଦିଗରେ ସମସ୍ତ ସହାୟତା କରିଥିଲେ। ପ୍ରସାଦ ଏଥି ପୁର୍ବରୁ କନ୍ଧମାଳ ଜିଲାପାଳ ମାନଙ୍କୁ ସେମାନଙ୍କର ସ୍କେଚ୍ ଚିତ୍ର ଆଙ୍କି ସେମାନଙ୍କୁ ଉପହାର ଦେଇଛନ୍ତି। ସେଥି ପାଇଁ ଅନେକ ପ୍ରସଂସା ମଧ୍ୟ ପାଇଛନ୍ତି । ଆଗକୁ ସେ ଜଣେ ଭଲ ଚିତ୍ରକର ଭାବରେ ନିଜକୁ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ନିଜ ପ୍ରତିକ୍ରିୟାରେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories