www.samajalive.in
Thursday, December 11, 2025
15.1 C
Bhubaneswar

ବିଜେପି ସହ ମେଣ୍ଟ କରିବନି ଡିଏମ୍‌କେ: ଷ୍ଟାଲିନ

ନୂଆଦିଲ୍ଲୀ : ବିଜେପି ସହିତ ଡିଏମ୍‌କେ ଆଦୌ ମେଣ୍ଟ କରିବ ନାହିଁ ବୋଲି ଦଳୀୟ ମୁଖ୍ୟ ଏମ୍‌. କେ. ଷ୍ଟାଲିନ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ଗଠନ ନିମନ୍ତେ ବିଜେପିର ଦ୍ବାର ଉନ୍ମୁକ୍ତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଷ୍ଟାଲିନ କହିଛନ୍ତି ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପରି ନୁହନ୍ତି। ଏଣୁ ତାଙ୍କ ନେତୃତ୍ବରେ ଗଠିତ ମେଣ୍ଟ ସଦୃଢ ହେବ ନାହିଁ। ଏପରିକି ମୋଦୀ ନିଜକୁ ବାଜପାୟୀଙ୍କ ସହିତ ତୁଳନା କରିବା ନିନ୍ଦନୀୟ ବୋଲି ସେ ମତ ଦେଇଛନ୍ତି। ଗୁରୁବାର ମୋଦୀ ତାମିଲନାଡୁ ବିଜେପି କର୍ମୀଙ୍କ ସହିତ ଆଲୋଚନା ବେଳେ ସଫଳ ମେଣ୍ଟ ରାଜନୀତି ପ୍ରସଙ୍ଗ ଉଠାଇ କହିଥିଲେ ଯେ ୨୦ ବର୍ଷ ପୂର୍ବେ ବାଜପାୟୀ ଭାରତୀୟ ରାଜନୀତିରେ ସଫଳ ମେଣ୍ଟ ରାଜନୀତିର ନୂତନ ପରମ୍ପରା ଆରମ୍ଭ କରିଥିଲେ। ବିଶେଷକରି ଅଭିଳାଷୀ ଆଞ୍ଚଳିକ ଦଳଗୁଡିକୁ ସେ ସୁଯୋଗ ପ୍ରଦାନ କରିଥିଲେ। ଏବେ ବିଜେପି ବାଜପାୟୀଙ୍କ ପ୍ରଦର୍ଶିତ ମାର୍ଗ ଅବଲମ୍ବନ କରିବ। ଏଆଇଏଡିଏମ୍‌କେ, ଡିଏମ୍‌କେ କିମ୍ବା ରଜନୀକାନ୍ତଙ୍କ ସହିତ ବିଜେପି ମେଣ୍ଟ କରିବ କି ନାହିଁ ବୋଲି ପ୍ରଶ୍ନ ହେବାରେ ମୋଦୀ ଏହା କହିଥିଲେ। ତାମିଲନାଡୁରେ କ୍ଷମତାରେ ଥିବା ଏଆଇଏଡିଏମ୍‌କେ ସହିତ ବିଜେପିର ଘନିଷ୍ଠତା ରହିଥିବା ଜଣାଯାଏ। କିନ୍ତୁ ଜେ. ଜୟଲଲିତାଙ୍କ ପରଲୋକ ପରେ ଦଳ ଦୁର୍ବଳ ହୋଇପଡିଥିବାରୁ ଡିଏମ୍‌କେର ସ୍ଥିତି କିଛିଟା ଦୃଢ ହୋଇପାରିଛି। ଏମ. କରୁଣାନିଧିଙ୍କ ପରଲୋକ ପରେ ଚେନ୍ନାଇର ମରିନା ବେଳାଭୂମିରେ ତାଙ୍କ ସମାଧିପୀଠ ପ୍ରତିଷ୍ଠା ପାଇଁ ଯଦିଓ ବିଜେପି ସମର୍ଥନ ପ୍ରଦାନ କରିଥିଲା ତଥାପି କରୁଣାନିଧିଙ୍କ ପୁଅ ଷ୍ଟାଲିନ ଏହି ଦଳ ସହ ମେଣ୍ଟ ଗଠନରୁ ବିମୁଖ ହୋଇଛନ୍ତି। ଏହା ପୂର୍ବରୁ ରାହୁଲଙ୍କଠାରେ ମୋଦୀ ସରକାରକୁ ପରାସ୍ତ କରିବାର କ୍ଷମତା ରହିଛି ବୋଲି ସେ ମନ୍ତବ୍ୟ ଦେଇଥିଲେ। ସେହିଭଳି ୨୦୧୮ରେ କରୁଣାନିଧିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମରେ ଷ୍ଟାଳିନ ଦିଲ୍ଲୀରେ ନୂତନ ପ୍ରଧାନମନ୍ତ୍ରୀ ଆଣିବାକୁ ଆହ୍ବାନ ଦେଇଥିଲେ। ଏଥିସହିତ ତାମିଲନାଡୁ ପକ୍ଷରୁ ପରବର୍ତ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ରାହୁଲଙ୍କ ନାମ ସେ ପ୍ରସ୍ତାବ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories