www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଧରାପଡିଲା ଆତଙ୍କ ଖେଳାଇଥିବା ଆଉ ଏକ ଗଧିଆ, ଏଯାଏଁ ନେଲାଣି ୯ ଜଣଙ୍କ ଜୀବନ,୨୦ ଗୁରୁତର

ଲଖନଉ : ଉତ୍ତରପ୍ରଦେଶର ବାହରାଇଚରେ ଆଉ ଏକ ହିଂସ୍ର ଗଧିଆ ଧରାପଡିଛି । ଏଯାଏଁ ଏକାଧିକ ଗଧିଆ ଧରାପଡିଛନ୍ତି । ମାତ୍ର ଆହୁରି ଗଧିଆ ଅଞ୍ଚଳରେ ରହିଛନ୍ତି । ସେମାନଙ୍କୁ ବନ ବିଭାଗ ଖୋଜାଖୋଜି ଜାରି ରଖିଛି ।
ମିଳିଥିବା ସୂଚନା ଅନୁଯାୟୀ, ଏହି ହିଂସ୍ର ଗଧିଆକୁ ମଙ୍ଗଳବାର ସକାଳେ ଜାଲ ବିଛାଇ ବନ ବିଭାଗ ଧରିଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେଉଛି ।


ବାହରାଇଚର ମହସୀ ତହସିଲ ଅଞ୍ଚଳରେ ଏହି ବର୍ଷ ମାର୍ଚ୍ଚ ମାସରୁ ହିଁ ଗଧିଆ ବାରମ୍ବାର ଲୋକଙ୍କ ଉପରେ ଆକ୍ରମଣ କରୁଛି । ବର୍ଷା ଦିନରେ ଗଧିଆଙ୍କ ଆକ୍ରମଣ ବୃଦ୍ଧି ପାଇଛି । ଜୁଲାଇରୁ ଏଯାଏଁ ଗଧିଆଙ୍କ ଆକ୍ରମଣରେ ସାତ ଶିଶୁ ସମେତ ଆଠ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ମହିଳା, ଶିଶୁ, ବୟସ୍କଙ୍କ ସମେତ ପ୍ରାୟ ୩୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଏହାସହ ୨୦ ଜଣ ଗଧିଆ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ହୋଇଛନ୍ତି ।
ସୀତାପୁରରେ ୮ ସେପ୍ଟେମ୍ବରରେ ଗଧିଆଙ୍କ ଆକ୍ରମଣ ୨ ଜଣ ଗୁରୁତର ଆହତ ହୋଇଥିଲେ । ଏବେ ମଧ୍ୟ ଗଧିଆଙ୍କୁ ବନ ବିଭାଗ ଖୋଜାଖୋଜି ଜାରି ରଖିଛନ୍ତି ।

ଦେଖନ୍ତୁ ଭିଡିଓ ; ଟିୟୁସନରୁ ଆଣିବାକୁ ଯାଉଥିଲେ, ଓଲଟିଲା ଅଟୋ, ମାଆକୁ ବଞ୍ଚାଇବାକୁ ଦୌଡିଗଲା ଝିଅ..

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories