ସମାଜ ଡିଜିଟାଲ ଡେସ୍କ: ରାସ୍ତାରେ ବେପରୁଆ ଗାଡି ଚଳାଇଥିଲେ। ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି। ନାଗପୁରର ସେଣ୍ଟର ପଏଣ୍ଟ ହୋଟେଲ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କା ଦେଉଥିବା ଅଡି ଗାଡିଟି ବିଜେପି ନେତାଙ୍କ ପୁଅଙ୍କର ହୋଇଥିବା ଜଣାପଡ଼ିଛି। ଗାଡିଟି ଏତେ ବେଗରେ ଆସିଥିଲାରେ ଗୋଟିଏ ବାଇକ ଓ ଦୁଇଟି କାରକୁ ଧକ୍କା ଦେବା ପରେ ସେଠାରୁ ଖସି ପଳାଇଥିଲା। ପୁଲିସ ଘଟଣାର ଯାଞ୍ଚ କରି ୨ଜଣଙ୍କୁ ଗିରଫ କରିଛି। ତେବେ ଦୁର୍ଘଟଣା ବେଳେ ଗାଡିରେ ବିଜେପି ନେତାଙ୍କ ପୁଅ ଥିଲେ କି ନାହିଁ ସେନେଇ ପୁଲିସ ଯାଞ୍ଚ କରୁଛି।
On Camera: CCTV shows Audi owned by #Maharashtra BJP chief’s son ramming vehicles pic.twitter.com/0yXOmhThUS
— NDTV (@ndtv) September 10, 2024



