www.samajalive.in
Sunday, December 7, 2025
14.1 C
Bhubaneswar

ପୁଣି ଚର୍ଚ୍ଚାରେ ବିଏସଏନଏଲ: ଜିଓ, ଏୟାରଟେଲ ଭଳି ଆସିଲା ଆପ୍, ନେଇପାରିବେ ଲାଇଭ୍‌ ଟିଭିର ମଜା

ସମାଜ ଡିଜିଟାଲ ଡେସ୍କ: ପୁଣି ଥରେ ଚର୍ଚ୍ଚାରେ ବିଏସଏନଏଲ ଏବଂ ଏଥର କମ୍ପାନୀ ଏକ ଆପ୍‌କୁ ନେଇ ଚର୍ଚ୍ଚାରେ ରହିଛି। ବିଏସଏନଏଲ ଲାଇଭ୍‌ ଟିଭି ଆପ୍ ଲଞ୍ଚ୍‌ ହୋଇଛି। ବିଶେଷ କଥା ହେଉଛି, ଏହି ଆପ୍‌ରେ ଆପଣଙ୍କୁ ସ୍ୱତନ୍ତ୍ର ବିଷୟବସ୍ତୁ ଦେଖିବାକୁ ମିଳିବ। ଏଥିସହ ଆପଣ ଏହାକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍‌ ମଧ୍ୟ କରିପାରିବେ। ବିଏସଏନଏଲ ପକ୍ଷରୁ ଏହି ଆପ୍ ଆସିବା ପରେ ଅନେକ କମ୍ପାନୀକୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଏୟାରଟେଲ-ଜିଓ ପାଇଁ ଚ୍ୟାଲେଞ୍ଜ:

- Advertisement -

ଏପର୍ଯ୍ୟନ୍ତ ଏୟାରଟେଲ ଓ ଜିଓ ପକ୍ଷରୁ ଉପଭୋକ୍ତାଙ୍କୁ ଏହି ସେବା ଯୋଗାଇ ଦିଆଯାଉଥିଲା। ଏୟାରଟେଲ ପାଇଁ ତ Xstream ଅଲଗା ଭାବେ କାମ କରୁଥିଲା। ବିଏସଏନଏଲ ପକ୍ଷରୁ ମଧ୍ୟ ଏବେ ୟୁଜରଙ୍କୁ ଲାଇଭ୍ ଟିଭି ପ୍ରଦାନ କରାଯାଉଛି। ଏଭଳି ସ୍ଥିତିରେ ଏହା ସେମାନଙ୍କ ପାଇଁ ଏକ ଭଲ ବିକଳ୍ପ ସାବ୍ୟସ୍ତ ହୋଇପାରେ।

କେମିତି କାମ କରେ ବିଏସଏନଏଲର ଆପ୍:

ବିଏସଏନଏଲ ପକ୍ଷରୁ ଏହି ଆପ୍ ଅଣାଯାଇଛି। ଏହା ମନୋରଞ୍ଜନ ଅଭିଜ୍ଞତା, କେବଲ ଟିଭି, ଇଣ୍ଟିଗ୍ରେଟିଂ ଇଣ୍ଟରନେଟ୍ ଏବଂ ଲ୍ୟାଣ୍ଡଲାଇନ୍ ଟେଲିଫୋନ୍ ସେବା ଦିଆଯାଉଛି ଏବଂ ଏହା ଏକକ ଗ୍ରାହକ ପରିସର ଉପକରଣ(କଷ୍ଟମର ପ୍ରେମାଇସେସ୍‌ ଇକ୍ଵିପମେଣ୍ଟ)ରେ କାମ କରିବ। ଏହି ଇଣ୍ଟିଗ୍ରେସନ୍‌ ଆଣ୍ଡ୍ରଏଡ୍‌ ସିଷ୍ଟମରେ କାମ କରେ। ଏହାଦ୍ଵାରା ଉପଭୋକ୍ତା ଅଭିଜ୍ଞତା ବହୁତ ଭଲ ହେବାକୁ ଯାଉଛି।

ଶସ୍ତା ଆଇପି ଟିଭି:

ବିଏସଏନଏଲ ପକ୍ଷରୁ ଇଣ୍ଟରନେଟ୍ ପ୍ରୋଟୋକଲ୍ ଟେଲିଭିଜନ୍‌(ଆଇପି ଟିଭି) ସେବା ଅଣାଯାଇଥିଲା। ଏଥିପାଇଁ ଉପଭୋକ୍ତାଙ୍କୁ ମାସକୁ ଅତି କମରେ ୧୩୦ ଟଙ୍କା ରିଚାର୍ଜ କରିବାକୁ ପଡ଼ିଥାଏ।  BSNL Live TV App ଆସିବା ପରେ ବ୍ୟବହାରକାରୀଙ୍କ କାମ ଖୁବ୍‌ ସହଜ ହେବାକୁ ଯାଉଛି। ଉପଭୋକ୍ତା ଏବେ ସିଧାସଳଖ ଆଣ୍ଡ୍ରଏଡ୍ ଡିଭାଇସରେ ଲାଇଭ୍ ଟିଭିର ଆନନ୍ଦ ଉଠାଇ ପାରିବେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories