www.samajalive.in
Saturday, December 6, 2025
26.1 C
Bhubaneswar

ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ସଚେତନତା ଶୋଭାଯାତ୍ରା

ଫୁଲବାଣୀ:ଅନୁର୍ଜାତୀୟ ସ୍ବାକ୍ଷରତା ଦିବସ ଅବସରରେ କନ୍ଧମାଳକୁ ନିରକ୍ଷର ମୁକ୍ତ କରିବା ପାଇଁ ଫୁଲବାଣୀ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏକ ଜନ ସଚେତନ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ସ୍ଥାନୀୟ ବିଆରସିସି କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି କୋର୍ଟ ଛକ, ଗୋପବନ୍ଧୁ ଛକ ଦେଇ ନଗର ପରିକ୍ରମା କରିଥିଲା। ଜିଲାରେ ଯେପରି ପିଲା ଠାରୁ ବୁଢା ପର୍ଯ୍ୟନ୍ତ କେହି ନିରକ୍ଷର ନ ରହିବେ ସେ ନେଇ ବାର୍ତ୍ତା ଦିଆଯାଇଥିଲା। ଘରେ ଘରେ ଶିକ୍ଷା ଦେବା, ଜଣେ ଅନ୍ୟଜଣକୁ ପଢାଇବା ଭଳି ସ୍ଲୋଗାନ ଦେଇ ଶତାଧିକ ଛାତ୍ର, ଶିକ୍ଷକ ଶିକ୍ଷୟତ୍ରୀ ଓ ବୃଦ୍ଧା ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଥିଲେ। ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ବଳିୟାରସିଂ, ଧନେଶ୍ୱର କହଁର, ସିଆରସିସି ସରିତା ମହାରଣା, ରବୀନ୍ଦ୍ର ଦିଗାଲ, ଓମ ପ୍ରକାଶ ସାହାଣୀ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories