www.samajalive.in
Saturday, December 13, 2025
21.1 C
Bhubaneswar

ବହୁ ଚର୍ଚ୍ଚିତ ପୂଜା ଖେଡକରଙ୍କୁ ଆଇଏଏସ୍ ଚାକିରିରୁ ହଟାଇଲେ କେନ୍ଦ୍ର ସରକାର

ଡେସ୍କ: କେନ୍ଦ୍ର ସରକାର ୨୦୨୩ ବ୍ୟାଚ୍ ଆଇଏଏସ୍ ପ୍ରୋବେସନର ପୂଜା ଖେଡକରଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ ତୁରନ୍ତ ହଟାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଇଏଏସ୍ (ପ୍ରୋବେସନ୍) ନିୟମ, ୧୯୫୪ ଅନୁଯାୟୀ ସରକାର ଗତକାଲି ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ ଯଦି ପ୍ରୋବେସନରମାନେ ପୁନଃ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହୁଅନ୍ତି କିମ୍ବା କେନ୍ଦ୍ର ସରକାର ସନ୍ତୁଷ୍ଟ ହୁଅନ୍ତି ଯେ ପ୍ରୋବେସନର ସେବାରେ ନିଯୁକ୍ତି ପାଇଁ ଅଯୋଗ୍ୟ ଅଟନ୍ତି କିମ୍ବା ସେବାର ସଦସ୍ୟ ହେବା ପାଇଁ ଅନୁପଯୁକ୍ତ ଅଟନ୍ତି ତେବେ କେନ୍ଦ୍ର ସରକାର ସେମାନଙ୍କୁ ଚାକିରିରୁ ମୁକ୍ତ କରିପାରିବେ।

ମିଥ୍ୟା ଉପାୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ଭିନ୍ନକ୍ଷମ ସଂରକ୍ଷଣ ସୁବିଧା ପାଇବା ଏବଂ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ସିଭିଲ ସର୍ଭିସ ପରୀକ୍ଷାରେ ଜାଲିଆତି କରି ଉତ୍ତୀର୍ଣ୍ଣ କରିବା ଅଭିଯୋଗରେ ପୂଜା ଖେଡକର ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ ଚୟନ ବାତିଲ କରିବା ପରେ ୟୁପିଏସସି ତାଙ୍କୁ ଆଜୀବନ ପ୍ରବେଶିକା ପରୀକ୍ଷା ଦେବାକୁ ବାରଣ କରିଥିଲା। ୟୁପିଏସସି ତାଙ୍କୁ ଏକାଧିକ ଥର ପରୀକ୍ଷା ଦେବା ପାଇଁ ନିଜର ପରିଚୟ ନକଲି କରିବା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories