www.samajalive.in
Sunday, December 14, 2025
23.1 C
Bhubaneswar

ବିରଳ ଦୃଶ୍ୟ: ଭିଡିଓରେ ଦେଖନ୍ତୁ ମହାକାଶରୁ କିପରି ଖସିଲା ଓ ଭୂପୃଷ୍ଠରେ ଅବତରଣ କଲା ଷ୍ଟାରଲାଇନର

ସମାଜ ଡିଜିଟାଲ ଡେସ୍କ: ଶନିବାର ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ସ୍ପେସକ୍ରାଫ୍ଟ ବୋଇଂ ଷ୍ଟାରଲାଇନର ମହାକାଶରୁ ଫେରିଛି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସଏସ)ରୁ ଷ୍ଟାରଲାଇନର ବିଚ୍ଛିନ୍ନ ହୋଇ ପୃଥିବୀ ଅଭିମୁଖେ ଯାତ୍ରା କରିବା ସହିତ ସଫଳତାର ସହ ଭୂପୃଷ୍ଠରେ ଅବତରଣ କରିଛି।

- Advertisement -

ନ୍ୟୁ ମେକ୍ସିକୋରେ ଷ୍ଟାରଲାଇନର କ୍ୟାପସୁଲ ଶନିବାର ପୂର୍ବାହ୍ନରେ ଅବତରଣ କରିଥିଲା। ଏହାର ବିରଳ ଦୃଶ୍ୟ ଶେୟାର କରିଛି ନାସା। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଷ୍ଟାରଲାଇନର କିପରି ବିଚ୍ଛିନ୍ନ ହୋଇ ଭୂପୃଷ୍ଠକୁ ଆସିଲା ଏବଂ କିପରି ଭୂପୃଷ୍ଠରେ ଅବତରଣ କଲା ତାହାର ଦୃଶ୍ୟ ଦେଖିବାକୁ ମିଳିଛି କିଛି ଭିଡିଓରେ।

ସୂଚନାଯୋଗ୍ୟ, ଏହି ଷ୍ଟାରଲାଇନର ସ୍ପେସକ୍ରାଫ୍ଟ ଜରିଆରେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍‌ ଓ୍ବିଲମୋର ମହାକାଶ ଯାତ୍ରା କରିଥିଲେ। ଯାନ୍ତ୍ରିକ ବୈଷୟିକ ତ୍ରୁଟି ଯୋଗୁ ଷ୍ଟାରଲାଇନରରେ ଉଭୟ ମହାକାଶଚାରୀ ଫେରିପାରି ନାହାନ୍ତି। କେବଳ ମହାକାଶ ଯାନକୁ ନାସା ଫେରାଇ ଆଣିଛି। ଏହା ସଫଳତାର ସହିତ ଅବତରଣ କରିବ କି ନାହିଁ ତାହାକୁ ନେଇ ନାନା ସନ୍ଦେହ ରହିଥିଲା। କିନ୍ତୁ ଶେଷରେ ତାହା ସଫଳତାର ସହିତ ପହଞ୍ଚିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories