www.samajalive.in
Friday, December 12, 2025
16.1 C
Bhubaneswar

ସୁନୀତାଙ୍କୁ ଛାଡ଼ି ମହାକାଶରୁ ଫେରିଲା ବୋଇଂ ଷ୍ଟାରଲାଇନର

ସମାଜ ଡିଜିଟାଲ ଡେସ୍କ: ଶେଷରେ ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶରେ ଛାଡ଼ି ପୃଥିବୀ ପୃଷ୍ଠକୁ ଫେରିଛି ବୋଇଂ ଷ୍ଟାରଲାଇନର କ୍ୟାପସୁଲ। ଶନିବାର ନ୍ୟୁ ମେକ୍ସିକୋର ହ୍ବାଇଟ୍‌ ସ୍ୟାଣ୍ଡ୍‌ସ ମିଜାଇଲ ରେଞ୍ଜରେ କ୍ୟାପସୁଲ୍‌ ସଫଳତାର ସହିତ ଅବତରଣ କରିଛି। ଫଳରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍‌ ଓ୍ବିଲମୋର ଆସନ୍ତାବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ରହିବେ। ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସ(spaceX) ସ୍ପେଶକ୍ରାଫ୍ଟ ଜରିଆରେ ସେମାନଙ୍କୁ ଫେରାଇ ଅଣାଯିବ। ବୋଇଂ ଷ୍ଟାରଲାଇନର ଆଇଏସଏସ ଛାଡ଼ିବା ପରେ ସୁନୀତା ରେଡିଓ ଯୋଗେ ବାର୍ତ୍ତା ଦେଇ ସୂଚନା ଦେଇଥିଲେ।

ଗତ  ଜୁନରେ ସୁନୀତା ଏବଂ ବୁଚ୍‌ ଓ୍ବିଲମୋର ଷ୍ଟାରଲାଇନର ସ୍ପେସକ୍ରାଫ୍ଟ ଜରିଆରେ ଆଇଏସଏସକୁ ଯାଇଥିଲେ। ସପ୍ତାହେ ପ​‌ରେ ସେମାନେ ପୃଥିବୀକୁ ଫେରିବାର ଥିଲା। କିନ୍ତୁ ସ୍ପେସକ୍ରାଫ୍ଟରେ ଯାନ୍ତ୍ରିକ ସମସ୍ୟା ଯୋଗୁ ସେଥିରେ ଅବତରଣ କରିବା ନିରାପଦ ନ ହେବାରୁ ତାହାକୁ ସ୍ଥଗିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଷ୍ଟାରଲାଇନରକୁ ଫେରାଇ ଆଣିବାକୁ ନାସା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories