www.samajalive.in
Tuesday, December 9, 2025
23.1 C
Bhubaneswar

ପତ୍ନୀ ଆତ୍ମହତ୍ୟା ମାମଲାରେ ସ୍ବାମୀକୁ ୧୦ବର୍ଷ କାରାଦଣ୍ଡ

ଆଠଗଡ: ଯୌତୁକଜନିତ ନିର୍ଯାତନାରୁ ପତ୍ନୀର ଆତ୍ମହତ୍ୟା ମାମଲାର ବିଚାର କରି ଆଠଗଡର ଅତିରିକ୍ତ ଜିଲା ଓ ଦୌରାଜଜ ରାଜ କୁମାର ଦାସ ଅଭିଯୁକ୍ତ ସ୍ଵାମୀକୁ ଦୋଷୀ ସାବ୍ୟସ୍ତ ସହ ୧୦ ବର୍ଷ  କାରାଦଣ୍ଡ  ଏବଂ ୨୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରି ଶୁକ୍ରବାର ରାୟ ପ୍ରକାଶ କରିଛନ୍ତି ।
ଘଟଣାର ବିବରଣୀରୁ ପ୍ରକାଶ ଆଠଗଡ ଥାନା ଅନ୍ତର୍ଗତ ବେଣ୍ଟପଦା ଗ୍ରାମର ମାମିନା ବେହେରା ଆଠଗଡ ଏନଏସି ଅନ୍ତର୍ଗତ ବୀରକିଶୋରପୁର ସାହିର ପାତି ଓରଫ ନବ କିଶୋର ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ଏକ ବର୍ଷ ପରେ ପତି ଅଧିକ ଯୌତୁକ ଆଣିବା ପାଇଁ ମାମିନାକୁ କହି ନିୟମିତ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ବିଭିନ୍ନ ସମୟରେ ମାମିନା ନିର୍ଯାତନା ସହିନପାରି ତାଙ୍କ ବାପ ଘରକୁ ପଳାଇ ଯାଇଥାଆନ୍ତି।  ମାମିନା ୩ଟି ସନ୍ତାନର ମା ହୋଇଥିଲେ। ଗତ ୨୦୧୨ ମସିହା ଅକ୍ଟୋବର ୨୭ ତାରିଖରେ ମାମିନା ଉପରେ ତାଙ୍କ ସ୍ବାମୀ ଅକଥନୀୟ ଅତ୍ୟାଚାର ଓ ମାରପିଟ କରିଥିଲେ। ଫଳରେ ମାମିନା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ।
ଘଟଣା ସମ୍ପର୍କରେ ମାମିନାଙ୍କ ଭାଇ ନାରାୟଣ ବେହେରା ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଠଗଡ ପୁଲିସ ଏ ସମ୍ପର୍କିତ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀ ପାତି ଓରଫ ନବକିଶୋର ବେହେରା, ପାତିର ସାନ ଭାଇ ଓ ମା’ଙ୍କ ନାମରେ ଅଭିଯୋଗ ଫର୍ଦ ଦାଖଲ କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣ, ପୁଲିସର ଅଭିଯୋଗ ଫର୍ଦ୍ଦ ଏବଂ ସରକାରଙ୍କ ପକ୍ଷରୁ  ମକଦ୍ଦମା ପରିଚାଳନା କରୁଥିବା ଅତିରିକ୍ତ ପିପି ଶରତ କୁମାର ଦାଶ ଓ ଦେବାଶିଷ ସୀଟଙ୍କ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ଆସାମୀ ପାତି ଓରଫ ନବକିଶୋର ବେହେରାକୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ପାତିର ମାଆ ଓ ଭାଇଙ୍କୁ ନିର୍ଦୋଷରେ ଖଲାସ କରିଦେଇଥିଲେ । ଅତିରିକ୍ତ ଜିଲା ଓ ଦୌରାଜଜ୍ ଶ୍ରୀ ଦାସ ଅଭିଯୁକ୍ତ ପାତି ଓରଫ ନବକିଶୋରକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜୋରିମନା ଏବଂ ଅନାଦେୟେ ଅଧିକ ଜେଲ ଦଣ୍ଡ ଭୋଗିବାକୁ ଆଦେଶ ଦେଇଥିବା ଜଣାପଡିଛି ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories